ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତିକି ଦେଶରେ ବୃଦ୍ଧି ପାଇବାରେ ଲାଗିଛି ଗେମିଂ ଆପ୍ ସଂଖ୍ୟା । ତେବେ ଏହି ଗେମିଂ ଆପ୍ ନାଁରେ ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ଠକେଇ ଘଟଣାରେ ନୋଟିସ ଜାରିକରିଛି ଜିଏସଟି କର୍ତ୍ତୃପକ୍ଷ । ତେବେ ଅକ୍ଟୋବର ୧ରୁ ବିଦେଶୀ ଗେମିଂ କମ୍ପାନି ଭାରତରେ ପଞ୍ଜିକରଣ କରିଥିବା ନେଇ କୌଣସି ତଥ୍ୟ ନାହିଁ ବୋଲି କୁହାଯାଇଛି ।
ଅକ୍ଟୋବର ୧ ପରେ ବିଦେଶୀ ଅନଲାଇନ ଗେମିଂ କମ୍ପାନି ଭାରତରେ ପଞ୍ଜିକରଣ କରିବା ଜରୁରୀ ବୋଲି ଜିଏସଟି ଆଇନକୁ ସଂଶୋଧନ କରାଯାଇଛି । ଅନଲାଇନ ଗେମିଂ ପ୍ଲାଟଫର୍ମ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ଲାଗି ଗତ ଅଗଷ୍ଟରେ ଜିଏସଟି ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।
୧ ଲକ୍ଷ କୋଟି ଟଙ୍କା ଠକେଇ ଘଟଣାରେ ବିଭିନ୍ନ ଅନଲାଇନ ଗେମିଂ କମ୍ପାନିଙ୍କୁ ନୋଟିସ ଜାରି କରାଯାଇଛି । ସେହି କମ୍ପାନିଙ୍କ ମଧ୍ୟରେ ରହିଛନ୍ତି ଡ୍ରିମ ୧୧ ଓ ଡେଲଟା କର୍ପ ଇତ୍ୟାଦି । ୨୧ ହଜାର କୋଟି ଟଙ୍କା ଠକେଇ ଅଭିଯୋଗରେ ଗେମସକ୍ରାଫ୍ଟ ବିରୋଧରେ ଗତ ସେପ୍ଟେମ୍ବରରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।