ଓଡ଼ିଶା 365 (ବ୍ୟୁରୋ) : ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ମଣିଷ ଖାଇବା ପିଇବା, ଶୋଇବା ଭଳି ମୁଖ୍ୟ ଜିନିଷ ଭୁଲିଯାଉଛି । ତେବେ ସେ ସଠିକ୍ ସମୟରେ ନାଖାଉଛି ନା ଶୋଉଛି । ତେବେ ଆପଣ ଜାଣନ୍ତିକି ଆମ ଶରୀର ପାଇଁ ନିଦର ବହୁତ ଗୁରୁତ୍ୱ ରହିଛି । ତେବେ ବହୁ ଲୋକ ଏମିତି ରହିଛନ୍ତି ଯିଏ ରାତିରେ ସଠିକ୍ ଭାବରେ ଶୋଇପାରନ୍ତି ନାହିଁ ।
ବିଳମ୍ବିତ ରାତି ଯାଏଁ ବିଛଣାରେ ଏକଡସେକଡ ହେଉଥିଲେ ବି ନିଦ ଆସିନଥାଏ । ତେବେ ଏମିତି ଏକ ବାଟ ରହିଛି ଯାହା ଦ୍ୱାରା ମାତ୍ର ୨ ମିନିଟ ମଧ୍ୟରେ ନିଦ ଆସିଯିବ । ବଡ କଥା ଯେ ଏହି ଉପାୟକୁ ସେନାରେ ମୁତୟନ ଯବାନମାନେ ଆପଣାଇଥାନ୍ତି । ଖାସକରି ଆମେରିକୀୟ ସେନା ଏହି ବାଟକୁ ଆପଣାଇଥାଏ । ‘ରିଲାକ୍ସ ଆଣ୍ଡ ଉଇନ; ଚମ୍ପିୟାନ ପରଫରମାନ୍ସ’ ନାମକ ଏକ ପୁସ୍ତକରେ ନିଦ ଆସିବାର ଉପାୟ ବାବଦରେ ଲେଖାଯାଇଛି । ଯାହାକୁ ଆମେରିକାର ଯବାନମାନେ ଅନୁସରଣ କରନ୍ତି ।
ବିଛଣାକୁ ଯିବା ପୂର୍ବରୁ ଆପଣ ରିଲାକ୍ସ ହୋଇଯାଆନ୍ତୁ । ଶରୀରର ପାଦ,ପିଠି ଓ କାନ୍ଧରେ ହାଲୁକା ବ୍ୟାୟାମ କରନ୍ତୁ । ହାତକୁ ଉପର-ତଳ କରନ୍ତୁ । ଏହା ପରେ ୧୦ ସେକେଣ୍ଡ ଯାଏଁ ମୁଣ୍ଡରୁ ସମସ୍ତ ଚିନ୍ତା ହଟାଇବାକୁ ଚେଷ୍ଟା କରନ୍ତୁ । ଆପଣ ଏକ ଝରଣା କୂଳରେ ଶୋଇଛନ୍ତି ଓ ଉପରେ ନୀଳ ଆକାଶ କଥା ଭାବନ୍ତୁ | ଆଉ ଆପଣଙ୍କୁ ନିଦ ଆସିଯିବ । ୬ ସପ୍ତାହ ଯାଏଁ ଏଭଳି ଅଭ୍ୟାସ କରିବା ପରେ ଆପଣଙ୍କୁ ମାତ୍ର ୨ ମିନିଟରେ ନିଦ ଆସିଯିବ । ଆଉ ଗବେଷଣାରୁ ଜଣାପଡିଛି ଯେ ୯୬ ପ୍ରତିଶତଙ୍କ କ୍ଷେତ୍ରରେ ଏହା ସଫଳ ହୋଇଛି ।