ଓଡ଼ିଶା 365 (ବ୍ୟୁରୋ):
ଫିଲ୍ମରୁ ଅବସର ନେଲେ ବଲିଉଡ ଅଭିନେତା ରଣବୀର କପୁର । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ ରଣବୀର ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଆନିମଲ’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ରଶ୍ମିକା ମନ୍ଦାନାଙ୍କୁ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।
ସେପଟେ ରଣବୀର ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଯେଉଁଥିପାଇଁ ସେ ଫିଲ୍ମରୁ ୬ ମାସ ପାଇଁ ବିରତି ନେଇଛନ୍ତି ।
ସୂଚନା ମୁତାବକ, ନିକଟରେ ଏକ ସାକ୍ଷାତକାରରେ ରଣବୀର ରାହାଙ୍କ ବିଷୟରେ ଆଲୋଚନା କରିଛନ୍ତି। ରଣବୀର କପୁର ସ୍ବୀକାର କରିଛନ୍ତି ଯେ, ରାହଙ୍କ ଜନ୍ମ ପରେ ପ୍ରଥମ ମାସରେ ସେ ତାଙ୍କ ଝିଅ ସହିତ ସମୟ ବିତାଇ ପାରିନାହାନ୍ତି, କାରଣ ସେ ଶୁଟିଂରେ ବ୍ୟସ୍ତ ଥିଲେ। ତେବେ ରଣବୀର ନିଶ୍ଚିତ କରିଛନ୍ତି ଯେ, ସେ ଚଳଚ୍ଚିତ୍ରରୁ ୬ ମାସର ବିରତି ନେବାକୁ ଯାଉଛନ୍ତି ଯାହା ଦ୍ୱାରା ସେ ରାହାଙ୍କ ସହିତ ଅଧିକରୁ ଅଧିକ ସମୟ ବିତାଇ ପାରିବେ।