ଓଡ଼ିଶା 365 (ବ୍ୟୁରୋ) : ମାଇଗ୍ରେନ ହେଉଛି ଏକ ହେଡଏକ ଯାହାକୁ ସାଧାରଣରେ ଅଧକପାଳୀ ମଧ୍ୟ କୁହାଯାଏ । ଆପଣ ଜାଣନ୍ତିକି ମୁଣ୍ଡ ବିନ୍ଧା ୨ ପ୍ରକାରର ରହିଥାଏ ଯଥା ପ୍ରାଇମେରୀ ଓ ସେକେଣ୍ଡାରୀ । ପ୍ରାଇମେରୀ ମୁଣ୍ଡ ବିନ୍ଧା ସାମାନ୍ୟ ହୋଇଥାଏ କିନ୍ତୁ ସେକେଣ୍ଡାରୀ ମୁଣ୍ଡ ବିନ୍ଧା ବହୁତ ଜଟିଳ ହୋଇଥାଏ । ତେବେ ମାଇଗ୍ରେନ ହେଲେ ଅଧକପାଳୀ ଫାଳିକିଆ ବିନ୍ଧା ହୋଇଥାଏ । ଏହି ସମସ୍ୟା ଭୋଗୁଥିବା ଲୋକେ ଅଧିକ ଆଲୁଅ ବା ଶବ୍ଦ ଶୁଣିପାରିବେ ନାହି । ଅନେକ ରୋଗୀଙ୍କ ଠାରେ ତୀବ୍ର ସ୍ମେଲ ମଧ୍ୟ ହୋଇଥାଏ ଯାହା ଅନ୍ୟ ମାନଙ୍କ କ୍ଷେତ୍ରରେ ଦେଖାଯାଏ ନାହିଁ ।
ଯେଉଁ ମାନଙ୍କର ଲଗାତାର ମାଇଗ୍ରେନ ହେଉଥାଏ ସେମାନେ ଜାଣି ପାରନ୍ତି କଣ କଣ ଲକ୍ଷଣ ଦେଖାଯିବ । ଏହା ସହ ରାତି ଅନିଦ୍ରା ହେବା କାରଣରୁ ଏହି ସମସ୍ଯା ଦେଖାଯାଏ । ଅଧିକ ଚାହା ବା କଫି ସେବନ ଦ୍ଵାରା, ଅଧିକ ସମୟ ଉପାସରେ ରହିବା ଦ୍ଵାରା, ମାନସିକ ଚିନ୍ତା ଅକରନରୁ ମାଇଗ୍ରେନ ହୋଇଥାଏ । ଅଧିକ ସାଉଣ୍ଡ କାରଣରୁ ବା ଖରାରେ ଅଧିକ ସମୟ ରହିବା କାରଣରୁ ମାଇଗ୍ରେନ ସମସ୍ଯା ହୋଇଥାଏ ।
ମାଇଗ୍ରେନ ଅନ୍ୟ କୌଣସି ରୋଗ ନୁହେଁ ଏହା ସ୍ଵତନ୍ତ୍ର ଅଟେ । ଏହା ମହିଳା ମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ । ହରମୋନ ପରିବର୍ତ୍ତନ ସମୟରେ ମାଇଗ୍ରେନ ସମସ୍ୟା ଅଧିକ ଦେଖାଯାଏ । ତେବେ ଅଧିକ ପେନ କ୍ଲିୟର ଖାଇଲେ ଏହା ହାନିକାରକ ହୋଇଥାଏ । ଯଦି ମାଇଗ୍ରେନ ସମସ୍ୟା ବାରମ୍ବାର ହେଉଥାଏ ତେବେ ପେନ କ୍ଲିୟର ଖାଇବା ସ୍ୱାସ୍ଥ୍ୟ ପାଇଁ ବ ବିପଦ ଜନକ ଅଟେ । ଏହା ସହ ଅଧିକ ମୁଣ୍ଡ ବିନ୍ଧା ହେଉଥିଲେ ଏହାର କାରଣ କଣ ହୋଇପାରେ ତାହା ମଧ୍ୟ ଜାଣିବାକୁ ପଡିଥାଏ । ଏହି କ୍ଷେତ୍ର ରେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ ଅଟେ । ମାଇଗ୍ରେନ ଆଟାକ ହେଲେ କାହା ସହ କଥା ହୋଇ ପାରିବେ ନାହିଁ, କାମ କରିପାରିବେ ନାହି ବା ବାନ୍ତି ଲାଗିପାରେ । ଏହାକୁ ଦୂର କରିବା ପାଇଁ ପ୍ରତି ଦିନ ଠିକ ସମୟରେ ଖାଇବା ଉଚିତ । ଏହା ସହ ଏକ ନିର୍ଦ୍ଦିଷ୍ଟ ସମୟରେ ଶୋଇବା ମଧ୍ୟ ଉଚିତ । ନିଜ ମନକୁ ସ୍ଥିର ରଖିବା ସହ ଅଧିକ ଚିନ୍ତା କରିବା ଉଚିତ ନୁହେଁ । ଯେତେ ସମ୍ଭବ ମାନସିକ ଚାପ ରୁ ନିଜକୁ ଦୂରେଇ ରଖିବା ନିହାତି ଜରୁରୀ ।