ଓଡ଼ିଶା 365 (ବ୍ୟୁରୋ): ଆଜି ସକାଳୁ ସକାଳୁ ଆପଣଙ୍କ ମୋବାଇଲକୁ ଏମିତି ଏମରଜେନ୍ସି ଆଲର୍ଟ ଆସୁଛି କି ? ତେବେ ଆପଣ ଭୟଭୀତ ହୁଅନ୍ତୁନି । କାରଣ ଏହି ମେସେଜ୍ କେନ୍ଦ୍ର ଟେଲିକମ୍ ବିଭାଗ ପକ୍ଷରୁ ଦିଆଯାଇଛି। ସାରାଦେଶର ନାଗରିକ ମାନଙ୍କୁ ସତର୍କ କରାଇବାକୁ ଏଭଳି ବ୍ୟବସ୍ଥା କରାଯାଇଛି। ଏଥିରେ ଆଲର୍ଟ ମାଜେସ ଆସିବା ସହ ଫୋନରେ ବାଜୁଛି ଆଲର୍ମ ।
ବିପର୍ଯ୍ୟୟ ବେଳେ ଦେଶର ନାଗରିକ ମାନଙ୍କୁ ଆଲର୍ଟ କରିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏହି ନୂଆ ପଦକ୍ଷେପ ନିଆଯାଇଛି। ଗତ ଅଗଷ୍ଟରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଥିଲା । ଏବେ ସୁଦ୍ଧା ୬ଥର ଏମିତି ପରୀକ୍ଷା କରାଯାଇଛି ।