ଓଡ଼ିଶା 365 (ବ୍ୟୁରୋ): ସୋସିଆଲ ମିଡିଆରେ ଟ୍ରୋଲ୍ ହେଲେ କଙ୍ଗନା ରଣାୱତ୍ । ମଙ୍ଗଳବାର ଦିଲ୍ଲୀରେ ଆୟୋଜିତ ହୋଇଥିବା ଲୁବ କୁଶ ରାମଲିଲାରେ ପ୍ରଥମ ଥର ପାଇଁ କଙ୍ଗନା ରାଣାୱତଙ୍କୁ ରାବଣର ଦହନ କରିବାକୁ ନିମନ୍ତ୍ରଣ କରାଯାଇଥିଲା। ରାବଣଙ୍କୁ ବଦ୍ଧ କରୁଥିବା ସମୟରେ ଅଭିନେତ୍ରୀଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ତୀର ଚଳାଉଥିବାର ନଜର ଆସିଛନ୍ତି, ଏହି ସମୟରେ ସେ ତାଙ୍କର ତିନୋଟି ଟାର୍ଗେଟକୁ ମିସ କରିଛନ୍ତି। ଭିଡିଓରେ କଙ୍ଗନା ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ଉଠାଉଥିବା ବେଳେ ଏକ ତୀର ଧରିଛନ୍ତି। ସେ ତୀରକୁ ତିନିଥର ଚଳାଇବାକୁ ଚେଷ୍ଟା କରିଛନ୍ତି, ହେଲେ ତିନିଥର ଯାକ ତାଙ୍କ ଚେଷ୍ଟାରେ ସେୁ ବିଫଳ ହୋଇଛନ୍ତି । ହେଲେ କମିଟିର ଜଣେ ସଦସ୍ୟ ତାଙ୍କୁ ତୀର ମାରିବା ଏବଂ ରାବଣକୁ ବଦ୍ଧ କରିବାରେ ବାରମ୍ବାର ସାହାର୍ଯ୍ୟ କରୁଛନ୍ତି । ସେପଟେ ସୋସିଆଲ ମିଡିଆରେ କଙ୍ଗନାଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରୁଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, ରିଲ ଲାଇଫ କଙ୍ଗନା ବନାମ ରିଅଲ ଲାଇଫ କଙ୍ଗନା। ସେ ଏହା ଦାବି କରିଛି ଯେ, ସେ ଟମ କ୍ରୁଜ ଅପେକ୍ଷା ଭଲ ଷ୍ଟଣ୍ଟ କରନ୍ତି ।
ସେପଟେ କଙ୍ଗନା ତାଙ୍କ ଫିଲ୍ମ ‘ତେଜସ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଖବର ମୁତାବକ,ବାୟୁସେନା ଦିବସ ଅବସରରେ ରବିବାର ଦିନ ରିଲିଜ୍ ହୋଇଥିଲା । ସେଥିରେ ଜବରଦସ୍ତ ଆକ୍ସନ ମୋଡ୍ରେ ନଜର ଆସିଛନ୍ତି କଙ୍ଗନା । ତାଙ୍କୁ ଜଣେ ସାହସୀ ବାୟୁସେନା ପାଇଲଟଙ୍କ ଭୂମିକାରେ ଦେଖିବାକୁ ମିଳିଛି । ଫିଲ୍ମରେ ତାଙ୍କର ନାମ ରହିଛି ‘ତେଜସ୍ ଗିଲ୍’ । ଏହି ଫିଲ୍ମର ଆରମ୍ଭରେ ଆକାଶରେ ଭାରତୀୟ ବାୟୁସେନାର ଅନେକ ଯୁଦ୍ଧ ବିମାନକୁ ମଧ୍ୟ ଦେଖିବାକୁ ମିଳୁଛି । ସେଥିମଧ୍ୟରୁ ଗୋଟିଏରୁ କଙ୍ଗନାଙ୍କର ଏଣ୍ଟ୍ରି ହୋଇଛି । ଆକାଶମାର୍ଗରେ ସେ ଅନେକ ବିପଜ୍ଜନକ ଷ୍ଟଣ୍ଟ ମଧ୍ୟ କରିଥିବା ଦେଖିବାକୁ ମିଳୁଛି । ଫିଲ୍ମର କାହାଣୀ ଅନୁସାରେ, ଜଣେ ଭାରତୀୟ ଗୁଇନ୍ଦାଙ୍କୁ ପାକିସ୍ତାନ ଅଟକ ରଖିଛି । ତାଙ୍କୁ ଉଦ୍ଧାର କରିବା ଲାଗି ଆରମ୍ଭ ହୋଇଥିବା ମିଶନରେ କଙ୍ଗନା ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇଛନ୍ତି । ଯାହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି ।