ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧ ଏବେ ବି ଜାରି ରହିଛି । ଉଭୟ ପକ୍ଷର ଆକ୍ରମଣରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗାଜାବାସୀ । ଗାଜା ଉପରେ ନନଷ୍ଟପ୍ ଆଟାକ୍ କରି ଚାଲିଛିତ ଇସ୍ରାଏଲ । ଗତ ୧୮ ଦିନ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଗାଜାରେ ରହୁଥିବା ଲକ୍ଷ ଲକ୍ଷ ପାଲେଷ୍ଟାଇନବାସୀ ଆକ୍ରମଣର ଶିକାର ହେଉଛନ୍ତି ଏବଂ ଖାଦ୍ୟ, ଔଷଧ ସମେତ ମୌଳିକ ଆବଶ୍ୟକତା ସେମାନଙ୍କ ନିକଟରେ ପହଞ୍ଚୁନାହିଁ ବୋଲି ଦାବି କରାଯାଉଛି। ଏହି ସମୟରେ ଭାରତ ମଧ୍ୟ ଗାଜାକୁ ଅତ୍ୟାବଶ୍ୟକ ସାମଗ୍ରୀ ପଠାଇଛି। ରାଫା ସୀମା ଖୋଲିବା ପରେ ଏହି ସହାୟତା ପଠାଯିବା ଆରମ୍ଭ ହୋଇଛି ।
ଏନଡିଟିଭି ରିପୋର୍ଟ ଅନୁଯାୟୀ ମିଳିତ ଜାତିସଂଘରେ ଡେପୁଟି ସ୍ଥାୟୀ ପ୍ରତିନିଧୀ ରାଷ୍ଟ୍ରଦୂତ ଆର ରବିନ୍ଦ୍ର ଜାତିସଂଘ ସୁରକ୍ଷା ପରିଷଦର ଖୋଲା ବିତର୍କରେ ଭାରତର ପ୍ରତିନିଧିତ୍ୱ କରୁଥିବାବେଳେ କହିଛନ୍ତି ଯେ ଗାଜା ଷ୍ଟ୍ରିପକୁ ଭାରତ ୩୮ ଟନ୍ ଖାଦ୍ୟ ଏବଂ ଜଳ ଯୋଗାଇ ଦେଇଛି। ଇସ୍ରାଏଲର ପ୍ରତିଶୋଧ ପରାୟଣ ବୋମା ବିସ୍ଫୋରଣର ସମ୍ମୁଖୀନ ହେଉଛି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣ ପଠାଯାଇଛି ।
ଭାରତ ତରଫରୁ ଶାନ୍ତି ପାଇଁ ଆବେଦନ କରି ସେ କହିଛନ୍ତି, “ଭାରତ ପାଲେଷ୍ଟାଇନବାସୀଙ୍କୁ ଔଷଧ ଏବଂ ଯନ୍ତ୍ରପାତି ସମେତ ୩୮ ଟନ୍ ଅତ୍ୟାବଶ୍ୟକ ସାମଗ୍ରୀ ପଠାଇଛି। ଶାନ୍ତି ଫେରାଇ ଆଣିବା ଏବଂ ପ୍ରତ୍ୟକ୍ଷ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ଆମେ ଆବଶ୍ୟକ ସର୍ତ୍ତ ସୃଷ୍ଟି କରିବା ଦିଗରେ କାର୍ୟ୍ୟ କରୁଛୁ। ପଠାଯାଇଥିବା ସାମଗ୍ରୀରେ ଅତ୍ୟାବଶ୍ୟକ ଜୀବନ ରକ୍ଷାକାରୀ ଔଷଧ, ସର୍ଜିକାଲ୍ ଆଇଟମ୍, ତମ୍ବୁ, ଶୋଇବା ବ୍ୟାଗ୍, ଟର୍ପାଲିନ୍, ସାନିଟାରୀ ୟୁଟିଲିଟି, ୱାଟର ପ୍ୟୁରିଫାୟର୍ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଅନ୍ତର୍ଭୁକ୍ତ ।