ଓଡ଼ିଶା 365(ବ୍ୟୁରୋ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୋରାପୁଟ କୁନ୍ଦୁଲି ହାଟରେ ଗଡ଼ିଲା ୨ ମୁଣ୍ଡ । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣରେ କୁନ୍ଦୁଲି ଟେମା ଗାଁର ୨ ଯୁବକଙ୍କ ମୃତ୍ୟୁ ହୋଇଛି । ପ୍ରଥମେ ବାପା ଏବଂ ପୁଅର ଆକ୍ରମଣରେ ଟେମା ଗାଁ ଗୋବର୍ଦ୍ଧନ ପାଣ୍ଡକାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଗୋବର୍ଦ୍ଧନଙ୍କ ମୃତ୍ୟୁ ପ୍ରତିଶୋଧରେ ଗାଁର ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି ।
ସୂଚନା ମୁତାବକ, କୁନ୍ଦୁଲି ହାଟପଦା ନିକଟ ଟେମା ଗାଁର ପ୍ରାଣ ହରାଇଥିବା ଗୋବର୍ଦ୍ଧନ ପାଣ୍ଡେକା କୁନ୍ଦୁଲି ହାଟପଦାକୁ କୌଣସି କାମରେ ଯାଇଥିଲେ । ଏହି ସମୟରେ ସ୍ଥାନୀୟ ଅଞ୍ଚଳର ରାଜକୁମାର ରୁଢି ଓ ତାଙ୍କର ସହଯୋଗୀ ଗୋବର୍ଦ୍ଧନଙ୍କୁ ଅତର୍କୀତ ଆକ୍ରମଣ କରିଥିଲେ । ଖବର ପାଇ ଗୋବର୍ଦ୍ଧନଙ୍କ ପରିବାର ମଧ୍ୟ ରୁଢି ପରିବାର ଉପରେ ପାଲଟା ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।