ଓଡ଼ିଶା 365 (ବ୍ୟୁରୋ) : ଦଶହରା ଛୁଟିରେ ଫେରିବା ବାଟରେ ଘଟିଛି ଅଘଟଣ । ସମୟ ମାତ୍ର ରାତି ୮ଟା, ସ୍ୱାମୀ ସ୍ତ୍ରୀ ଘରକୁ ଫେରିବା ବାଟରେ ରାସ୍ତା ଅଟକାଇଥିଲେ ୫ଜଣ ଜୁବକ । ସ୍ୱାମୀଙ୍କୁ ନିଧୁମ ପିଟି ସ୍ତ୍ରୀକୁ କାଜୁ ଜଙ୍ଗଲକୁ ଟାଣିନେଇ କରିଥିଲେ ଗଣଦୁଷ୍କର୍ମ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ । ତେବେ ପିଡ଼ିତା ଜଣଙ୍କୁ ସ୍ଥାନୀୟ ପୁଲିସରେ ଅଭିଯୋଗ କରିବା ପରେ ମାମଲାରେ ପୋଲିସ ୨ଜଣଙ୍କୁ ଅଟକ ରଖି ଅନ୍ୟ ୩ ଜଣଙ୍କୁ ଖୋଜୁଛି ପୁଲିସ । ସ୍ଥାନୀୟ ଲୋକେ ବି ଏଭଳି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବି କରିଛନ୍ତି ।
ପୋଲିସ୍ ସୂଚନା ଅନୁସାରେ- ଭୁବନରେ ଏକ ମେସ୍ରେ ରହି ପାଠ ପଢୁଥିଲେ ଯାଜପୁର କାଳିଆପାଣି ଅଞ୍ଚଳର ପୀଡ଼ିତା। ଦଶହରା ଛୁଟି ଥିବାରୁ ସେ ସ୍ୱାମୀଙ୍କ ସହ ଭୁବନରୁ ଘରକୁ ବାଇକରେ ଫେରୁଥିଲେ । ରାତି ପ୍ରାୟ ୮ଟା। ଭୁବନ-ସୁକିନ୍ଦା ରାସ୍ତାର ବାରୁଆଁରେ ହଠାତ୍ ସେମାନଙ୍କୁ ଅଟକାଇଥିଲେ ୫ ଦୁର୍ବୁତ୍ତ। ପ୍ରଥମେ ସ୍ୱାମୀଙ୍କୁ ଡରାଇ ଧମକାଇ ନିସ୍ତୁକ ମାଡ଼ ମାରିଲେ। ପରେ ମହିଳାଙ୍କୁ ପାଖ କାଜୁ ଜଙ୍ଗଲକୁ ଟାଣି ନେଇ ଦୁଷ୍କର୍ମ କରି ଉଭାନ୍ ହୋଇଗଲେ ।
ରବିବାର ମହିଳା ଜଣକ ଭୁବନ ଥାନାରେ ଲିଖିତ ଏତଲା ଦେବା ପରେ ଆରମ୍ଭ ହୋଇଥିଲା ତନାଘନା। ପୋଲିସ୍ ପୀଡ଼ିତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇବା ସହିତ ୨ ଜଣଙ୍କୁ ଥାନାକୁ ଉଠାଇ ଆଣିଛି। ବାକି ତିନିଜଣଙ୍କୁ ଖୋଜୁଛି। ଢେଙ୍କାନାଳ ଏସପି କହିଛନ୍ତି-ଅଭିଯୁକ୍ତଙ୍କୁ ଚିହ୍ନଟ ସରିଛି, ଖୁବଶୀଘ୍ର ସମସ୍ତେ ବନ୍ଧା ହେବେ।