ଓଡ଼ିଶା 365 (ବ୍ୟୁରୋ): ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଇସ୍ତଫା ନେଇ ଦାବି ଜୋର ଧରିଛି। ସେ ଜାତିସଂଘର ନେତୃତ୍ୱ ନେବାକୁ ସେ ଯୋଗ୍ୟ ନୁହଁନ୍ତି , ତେଣୁ ସେ ତୁରନ୍ତ ଇସ୍ତଫା ଦେବା ଉଚିତ ବୋଲି ଇସ୍ରାଏଲ୍ର ରାଷ୍ଟ୍ରଦୂତ ଜିଲାଡ୍ ଏର୍ଡାନ୍ ଦାବି କରିଛନ୍ତି। ଜାତିସଂଘ ମହାସଚିବ ହମାସ ସପକ୍ଷରେ ବାହାରିବା ପରେ ଇସ୍ରାଏଲ ରାଷ୍ଟ୍ରଦୂତ ତାଙ୍କ ଉଦ୍ଦେଶ୍ୟରେ ଏପରି କହିଛନ୍ତି। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନା ଧରୁନି। ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ଏହି ଯୁଦ୍ଧ। ଏହି ଯୁଦ୍ଧରେ ମୃତ୍ୟୁ ସଂଖ୍ୟ ୭ ହଜାର ଟପିଲାଣି। ମିଳିତ ଜାତିସଂଘରେ ମଧ୍ୟ ଏହି ଯୁଦ୍ଧକୁ ନେଇ ବାରମ୍ବାର ଆଲୋଚନା ହେଉଛି। ତେବେ ମଙ୍ଗଳବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ହୋଇଥିବା ଆଲୋଚନାରେ ଜାତିସଂଘ ମହାସଚିବ ହମାସ ସପକ୍ଷରେ ବାହାରିଥିଲେ।