ଓଡ଼ିଶା 365(ବ୍ୟୁରୋ): ଜାରି ରହିଛି ବିଶ୍ୱକପ୍ ମହାଯୁଦ୍ଧ । ମୁହାଁମୁହିଁ ହେଉଛନ୍ତି ବିଶ୍ୱର ବିଭିନ୍ନ ସର୍ବବୃହତ କ୍ରିକେଟ୍ ଦଳ । ଏହାରି ଭିତରେ ଗତକାଲି ବାଂଲାଦେଶକୁ ହରାଇଲା ଦକ୍ଷିଣ ଆଫ୍ରିକା । ବେକାର ଗଲା ବାଂଲାଦେଶ ବ୍ୟାଟର ମହମ୍ମୁଦୁଲ୍ଲାଙ୍କ ଶତକୀୟ ଇନିଂସ । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ମଙ୍ଗଳବାର ଆରମ୍ଭରୁ ବାଂଲାଦେଶର ବ୍ୟାଟିଂ ବିପର୍ୟ୍ୟୟ ହୋଇଥିଲା । ମହମ୍ମଦୁଲ୍ଲା ଏକମାତ୍ର ବ୍ୟାଟର ଯିଏକି ଦଳ ପାଇଁ ବ୍ୟକ୍ତିଗତ ଭାବେ ଶତକ ହାସଲ କରିଥିଲେ ।
ସେ ୧୧୧ଟି ବଲ୍ ଖେଲି ୧୧ଟି ଚୌକା ଓ ୪ଟି ଛକା ମାରି ସ୍କୋର ୧୧୧ ରନ୍ କରିଥିଲେ । ଦଳର ସ୍କୋର ୪୨ ରନ୍ ବେଳକୁ ବାଂଲାଦେଶର ଆଗଧାଡ଼ିର ୪ ଜଣ ଖେଳାଳି ଆଉଟ୍ ହୋଇସାରିଥିଲେ । ପ୍ରାରମ୍ଭିକ ବ୍ୟାଟର ତନଜିତ୍ ହାସନ ୧୭ଟି ବଲ୍ ଖେଳି ଗୋଟିଏ ଚୌକା ବଳରେ ୧୨ ରନ୍ ସଂଗ୍ରହ କରିଥିଲେ । ଲିଟନ୍ ଦାସ ବ୍ୟକ୍ତିଗତ ଭାବେ ୨୨ ରନ୍ ଯୋଡ଼ିଥିଲେ ।