ଓଡ଼ିଶା 365(ବ୍ୟୁରୋ): 5T ସଚିବରୁ ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେବା ପରେ ଗତ ୧୦ ବର୍ଷରେ, ଜନସ୍ବାର୍ଥରେ ସେ ଅନେକ ନିଷ୍ପତ୍ତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମୋ ସରକାର ତାଙ୍କର ମାନସ ସନ୍ତାନ ଥିଲା। ସରକାରୀ କାର୍ଯ୍ୟାଳୟରେ ସାଧାରଣ ଜନତାଙ୍କ ସୁବିଧା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏଥିରେ ଲୋକଙ୍କୁ କିପରି ସେବା ମିଳୁଛି ତାରା ସିଧା ହିସାବ ରଖାଯାଉଛି । ସରକାର କଳ କିପରି କାର୍ଯ୍ୟ କରିବା ଦରକାର, ସେଥିଲାଗି ଏକ ଚାର୍ଟର ତିଆରି ହୋଇଥିଲା। ତାହା ଆଜି ଫାଇଭ ଟି ନାଁ ରେ ଚର୍ଚ୍ଚିତ।
ତେବେ ଅକ୍ଟୋବର ୨୦ ତାରିଖରେ ପାଣ୍ଡିଆନ ଭିଆରଏସ ପାଇଁ ଆବେଦନ କରିଥିଲେ । ତାଙ୍କ ଆବେଦନକୁ କେନ୍ଦ୍ର ସରକାରଙ୍କ ସାଧାରଣ ପ୍ରଶାସନ ଓ କାର୍ମିକ ମନ୍ତ୍ରାଳୟ ଗ୍ରହଣ କରିଛନ୍ତି । ଭାରତୀୟ ସାଧାରଣ ପ୍ରଶାସନିକ ସେବା ୧୯୫୮ ନିୟମର ରୁଲ୍ ୧୬(୨-ଏ) ଆଧାରରେ ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ତେବେ ନଜର ପକାନ୍ତୁ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ସମୟରେ କେଉଁ ସବୁ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଆସିଛନ୍ତି।