ଓଡ଼ିଶା 365(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ହାମୁନ’ ଏବେ ସମୁଦ୍ର ଭିତରେ ଅତି ଭୀଷଣ ବାତ୍ୟାର ରୂପ ନେଇ ଗତି କରୁଛି । ଓଡ଼ିଶା ଉପକୂଳଠାରୁ ବହୁ ଦୂରରେ ବାଂଲାଦେଶ ଉପକୂଳ ଆଡକୁ ଗତି କରୁଛି । କାଲି ସନ୍ଧ୍ୟାରେ ବାଂଗଲାଦେଶ ଉପକୂଳ ଖେପୁପରା ଓ ଚିଟାଗଂଗ ମଧ୍ୟବର୍ତ୍ତୀ ଅଂଚଳରେ ସ୍ଥଳଭାଗ ଛୁଇଁବ ।
ଉପକୂଳ ଠାରୁ ବହୁ ଦୂରରେ ସମୁଦ୍ର ଭିତରେ ଗତି କରୁଥିବାରୁ ଓଡିଶା ଉପରେ ସିଧାସଳଖ ପ୍ରଭାବ ପଡିବ ନାହିଁ। ଏନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ବାତ୍ୟାର ପ୍ରଭାବରେ ଉପକୂଳ ଓ ଉତର ଓଡିଶାର କେତେକ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଇଏମଡି ସତର୍କ କରିଛି । ପାଗ ମେଘୁଆ ରହିବ । ଅର୍ଥାତ ବାତ୍ୟା ପ୍ରଭାବକୁ ନେଇ ଯେଉଁ ଆଶଙ୍କା ଥିଲା ତାହା ଏକ ପ୍ରକାର ଟଳି ଯାଇଛି । ହେଲେ, ଏବେ ସମୁଦ୍ର ଅଶାନ୍ତ ଥିିବାରୁ ଭିତରକୁ ନଯିବା ପାଇଁ ବାରଣ କରାଯାଇଛି ।