ଡ଼ିଶା 365 (ବ୍ୟୁରୋ) : ସେନାରେ ଚାକିରୀ କରାଇଦେବାକୁ କହି ଠକିନେଇଥିଲା କୋଟି କୋଟି ଟଙ୍କା । ତେବେ ଏହି ଠକାମୀର ସିକାର ହୋଇଥିଲେ ୧୫୦ ଆଶାୟୀ । ତେବେ କର୍ଣ୍ଣାଟକ ପୁଲିସ ଶୁକ୍ରବାର ୧୫୦ ଜଣ ସଶସ୍ତ୍ର ବାହିନୀରେ ନିଯୁକ୍ତି ଆଶାୟୀଙ୍କ ଠାରୁ ୧ କୋଟି ଟଙ୍କା ଠକି ନେଇଥିବା ନକଲି ସେନା ନିଯୁକ୍ତି ଦୁର୍ନୀତିର ପର୍ଦ୍ଦାଫାସ କରିଛି । ବେଙ୍ଗାଲୁରୁରେ ଥିବା ଭାରତୀୟ ସେନାର ମିଲିଟାରି ଇଣ୍ଟେଲିଜେନ୍ସ ୟୁନିଟ ସହ ସମନ୍ଵୟ ରକ୍ଷା କରି ଏହି ଅପରେସନ କରାଯାଇଥିଲା। ଏହି ଅପରେସନରେ ଦୁର୍ନୀତିରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଛି ।
ଦୁହେଁ ପାଖାପାଖି ୧୫୦ ଜଣଙ୍କୁ ଭାରତୀୟ ସଶସ୍ତ୍ର ବାହିନୀରେ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ଦୁହେଁ ସଂପୃକ୍ତ ୧୫୦ ଜଣଙ୍କଠାରୁ ପାଖାପାଖି ୧ କୋଟି ଟଙ୍କା ଆଦାୟ କରିଥିଲେ।ଏ ସଂପର୍କରେ ଜଣେ ଆଶାୟୀ ଥାନାରେ ଅଭିଯୋଗ କରିବା ପରେ ଏହି ଦୁର୍ନୀତିର ପର୍ଦ୍ଦାଫାସ ହୋଇଥିଲା ଗିରଫ ହୋଇଥିବା ଦୁଇ ଜଣଙ୍କ ବିରୋଧରେ ପୁଲିସ ଏତଲା ରୁଜୁ କରିଛି । ଉଭୟଙ୍କ ନିକଟରୁ ନକଲି ପରିଚୟପତ୍ର ଓ ନକଲି ସେନା ନିଯୁକ୍ତି ସମ୍ବନ୍ଧୀୟ କାଗଜପତ୍ର ଜବତ କରାଯାଇଛି ।