ଓଡ଼ିଶା 365 (ବ୍ୟୁରୋ) : ପଞ୍ଚମ ଶ୍ରେଣୀର ଛାତ୍ରୀ ଗର୍ଭବତୀ । ଏହା ଏକ ଏଭଳି ଖବର ଯାହା କଭଦ୍ର ମଣିଷ ସମାଜର ଭଦ୍ର ଚେହେରାକୁ ପଦାରେ ପକାଇଛି । ଯେଉଁ ସମୟରେ ଖେଳକୁଦ, ପାଠପଢ଼ା ଓ ହସଖୁସିର ସମୟ । ପିଲାର ଗର୍ଭରେ ବଢୁଛି ପିଲା । ପଞ୍ଚମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଛି । ତେବେ ଏହିଭଳି ଏକ ଅଭାବନିୟ ଖବର ଆସିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବାଲିତୁଠ ଅଞ୍ଚଳରୁ ।ଉକ୍ତ ଘଟଣାରେ ପୁଲିସ ଜଣେ ଟ୍ୟୁସନ ଶିକ୍ଷକକୁ ଗିରଫ କରିଛି । ବାଲିତୁଠ ଅଞ୍ଚଳର ପଞ୍ଚମ ଶ୍ରେଣୀର ଛାତ୍ରୀ ଜଣେ ଗାଁରେ ଟ୍ୟୁସନ୍ ପଢୁଥିଲା। ଟ୍ୟୁସନ୍ ଶିକ୍ଷକଙ୍କ ଅନୁପସ୍ଥିତିରେ ଝିଅକୁ ବାପା ପାଠ ପଢାଇଥାନ୍ତି ।
ସୋମବାର ହଠାତ ଛାତ୍ରୀଙ୍କର ପେଟରେ ଅସହ୍ୟ ୟନ୍ତ୍ରଣା ହୋଇଥିଲା । ଝିଅକୁ ବାପା ନିକଟସ୍ଥ ମେଡିକାଲକୁ ନେଇଥିଲେ । ସେଠାରେ ତାଙ୍କର ପରୀକ୍ଷା କରିବା ପରେ ସେ ଗର୍ଭବତୀ ଥିବା ଜଣାପଡିଥିଲା । ସବୁକଥା ଖୋଳତାଡ଼ କରିବା ପରେ ଟ୍ୟୁସନ ମାଷ୍ଟ୍ର ତା ସହିତ ଶାରୀରିକ ସମ୍ପର୍କ ରଖିଥିବା ପରିବାର ଆଗରେ ସ୍ବୀକାର କରିଥିଲା ଝିଅ ।