ଓଡ଼ିଶା 365 (ବ୍ୟୁରୋ): ଦଶହରାରେ ପଡ଼ିଛି ଦଶା ଖରାପ । ପୋଖରୀକୁ ଗାଧୋଇବାକୁ ଯାଇ ଚାଲିଗଲା ଦୁଇଯିବନ । ହଁ ଆଜ୍ଞା ଏଭଳି ଅଘଟଣ ଘଟିଛି ନୟାଗଡ଼ ଜିଲ୍ଲା ଘୋଳାହାଣ୍ଡି ଗାଁରେ । ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଯିବାରୁ ମା ଓ ଝିଅଙ୍କ ମୃତ୍ୟୁ ଘଟିଛି ମୃତକ ହେଲେ ରୀନା ପ୍ରଧାନ ଓ ତାଙ୍କର ଝିଅ ବର୍ଷା । ସୂଚନା ଅନୁସାରେ ଘୋଳାହାଣ୍ଡି ଗାଁର ଓସ୍ତସାହି ଛକ ପୋଖରୀରେ ଆଜି ଅପରାହ୍ନଣ ପ୍ରାୟ ୩ଟା ସମୟରେ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ରୀନା ଓ ତାଙ୍କର ଝିଅ ବର୍ଷା ଗାଁ ଗାଧୋଉଥିଲେ। ଏହି ସମୟରେ ପ୍ରଥମେ ଝିଅ ଗଭୀର ପାଣିକୁ ପଶିଯାଇଥିଲା ।
ଝିଅକୁ ଉଦ୍ଧାର କରିବାକୁ ଯାଇ ମା’ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଦମକଳ ବାହିନୀ ଉଭୟ ମା’ ଓ ଝିଅଙ୍କୁ ପୋଖରୀରୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାଙ୍କର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ପରେ ଖବର ପାଇଁ ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇଛି