ଓଡ଼ିଶା 365(ବ୍ୟୁରୋ): ଇସ୍ରାଏଲ-ହମାସ ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି । ଉଭୟ ପକ୍ଷରୁ ଆକ୍ରମଣ ଦିନକୁ ଦିନ ତ୍ରୀବ୍ରତର ହେବାରେ ଲାଗିଛି । ଗାଜା ଷ୍ଟ୍ରିପ୍ ଉପରେ ଇସ୍ରାଏଲ ଆଖିବୁଜା ବୋମାମାଢ଼ କରୁଛି। ଇସ୍ରାଇଲରୁ ଅନେକ ବଡ଼ ବଡ଼ ରାଷ୍ଟ୍ର ସାହାଯ୍ୟର ହାତ ବଢାଇଛନ୍ତି । ଏହାରି ଭିତରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଇସ୍ରାଏଲକୁ ସତର୍କ କରାଇଛନ୍ତି ।
ଯଦି ଇସ୍ରାଏଲ ଯୁଦ୍ଧରେ ଗାଜାର ସାଧାରଣ ନାଗରିକଙ୍କ ମାନବିକ ଦିଗକୁ ଅଣଦେଖା କରେ, ତେବେ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଯଦି ଇସ୍ରାଏଲ ଗାଜା ଉପରେ ଆକ୍ରମଣ ଜାରି ରଖେ, ତେବେ ବିଶ୍ୱ ସ୍ତରରେ ଏହାର ସମର୍ଥନ ଦୁର୍ବଳ ହୋଇଯିବ ବୋଲି ଓବାମା କହିଛନ୍ତି। ଏଥିସହ ଶାନ୍ତ ରହିବାକୁ ସେ ଇସ୍ରାଏଲକୁ ନିବେଦନ କରିଛନ୍ତି।