ଓଡ଼ିଶା 365 (ବ୍ୟୁରୋ): ଭାରତ ଦିନକୁ ଦିନ ବଢିବାରେ ଲାଗିଛି । ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ଅର୍ଥନୀତି କ୍ଷେତ୍ରରେ ଭାରତର ବ୍ୟାପକ ଅଭିବୃଦ୍ଧି ଘଟିଛି । ଏହାରି ଭିତରେ ଏକ ବଡ଼ ଖବର ଆସିଛି । ଭାରତ ବର୍ତମାନ ବିଶ୍ୱ ଅର୍ଥନୀତିରେ ପଞ୍ଚମ ସ୍ଥାନରେ ରହିଥିବା ବେଳେ ୨୦୩୦ ସୁଦ୍ଧା ୭,୩୦୦ ବିଲିୟନ ଡ଼ଲାରର ଜିଡିପି ସହିତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ଜାପାନକୁ ଅତିକ୍ରମ କରିପାରେ। ଏହାପରେ ଭାରତ ଏସିଆର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହେବା ସହ ଏକ ବିଶ୍ଵଶକ୍ତିରେ ପରିଣତ ହେବ ବୋଲି ଏସ ଆଣ୍ଡ ପି ଗ୍ଲୋବାଲ୍ ମାର୍କେଟ ଇଣ୍ଟେଲିଜେନ୍ସ ଏହାର ସର୍ବଶେଷ କ୍ରୟ ମ୍ୟାନେଜର୍ ଇଣ୍ଡେକ୍ସ (ପିଏମଆଇ) ରେ ଏହା କହିଛି।
୨୦୨୧ ଏବଂ ୨୦୨୨ ରେ ଦୁଇ ବର୍ଷର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ପରେ, ଭାରତୀୟ ଅର୍ଥନୀତି ଚଳିତ ବର୍ଷ ସ୍ଥିର ଅଭିବୃଦ୍ଧି ଜାରି ରଖିଛି। ମାର୍ଚ୍ଚ ୨୦୨୪ ଶେଷ ହେବାକୁ ଥିବା ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୬.୨-୬.୩ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହା ସହିତ ଭାରତୀୟ ଅର୍ଥନୀତି ଚଳିତ ଆର୍ଥିକ ବର୍ଷରେ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହେବ। ଏପ୍ରିଲ-ଜୁନ୍ ତ୍ରୈମାସରେ ଏସିଆର ତୃତୀୟ ବୃହତ୍ତମ ଅର୍ଥନୀତିର ଅଭିବୃଦ୍ଧି ହାର ୭.୮ ପ୍ରତିଶତ ଥିଲା। ୨୦୨୨ ସୁଦ୍ଧା, ବ୍ରିଟେନର ଏବଂ ଫ୍ରାନ୍ସର ଜିଡିପି ତୁଳନାରେ ଭାରତୀୟ ଜିଡିପିର ଆକାର ବଡ଼ ହୋଇସାରିଛି।