ଓଡ଼ିଶା 365 (ବ୍ୟୁରୋ): ପୁଣି ଏକ ଟ୍ରେନ୍ ଦୁର୍ଘଟଣା ଖବର ଆସି ପହଞ୍ଚୁଛି । ପାସେଞ୍ଜର ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗତକାଲି ସୋମବାର ବାଂଲାଦେଶରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବାଫଳରେ ଅତିକମରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ସହିତ ଶତାଧିକ ଲୋକ ଆହତ ହୋଇଛନ୍ତି। ଏହି ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପୋଲିସ କହିଛି। । ଦୁଇଟି ଟ୍ରେନ ମୁହାଁମୁହିଁ ଧକ୍କା ହେବା ଫଳରେ ପ୍ରଥମେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ଏବେ ଏହି ସଂଖ୍ୟା ୨୦ ପହଁଚିଲାଣି ।
ବାଂଲାଦେଶ କିଶୋର ଗଞ୍ଜରେ ଏକ ଯାତ୍ରୀବାହୀ ଟ୍ରାନ୍ ଧକ୍କା ହେବା ଫଳରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ରାଜଧାନୀ ଢାକା ଠାରୁ ୮୦ କିଲୋମିଟର ଦୂରରେ ଥିବା ଭୈରବରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଉଦ୍ଧାକର କାର୍ଯ୍ୟ ବର୍ତ୍ତମାନ ଜାରି ରହିଛି । ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିବ ବୋଲି ଅନୁମାନ କରାଯାଉଛି ।