ଓଡ଼ିଶା 365 (ବ୍ୟୁରୋ): ଋଷ-ୟୁକ୍ରେନ୍ ଯୁଦ୍ଧ ଦୀର୍ଘ ବର୍ଷ ହେବ ଜାରି ରହିଥିବା ବେଳେ ବର୍ତ୍ତମାନ ଋଷରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ହୃଦଘାତ ହୋଇଛି । ନିଜ ବେଡରୁମରେ ଥିବା ବେଳେ ସେ ହୃଦଘାତର ଶିକାର ହୋଇଛନ୍ତି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।
୭୧ ବର୍ଷୀୟ ଏହି ନେତା ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ଚର୍ଚ୍ଚା ହେଉଛି । କ୍ରେମଲିନରେ ତାଙ୍କ ଚିକିତ୍ସା ପାଇଁ ତିଆରି ହୋଇଛି ସ୍ୱତନ୍ତ୍ର ହସ୍ପିଟାଲ । ତେବେ କ୍ରେମଲିନ୍ ପକ୍ଷରୁ ପୁଟିନଙ୍କ ହୃଦଘାତ ବାବଦରେ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ ।