ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଦୀର୍ଘ ୨ ସପ୍ତାହରୁ ଅଧିକ ଦିନ ଧରି ଯୁଦ୍ଧ ଲାଗି ରହିଛି । ଏହାରି ଭିତରେ ଇସ୍ରାଏଲକୁ ଗୋଟିଏ ପରେ ଗୋଟିଏ ରାଷ୍ଟ୍ରର ସମର୍ଥନ ମିଳୁଛି । ତେବେ ଏହି ଯୁଦ୍ଧ ଭିତରେ ଇସ୍ରାଏଲ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ତେଲ ଅବିବରେ ପହଂଚିବା ପରେ ମାକ୍ରନଙ୍କୁ ସ୍ୱାଗତ କରାଯାଇଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଫ୍ରାନ୍ସ ରାଷ୍ଟ୍ରପତି । ଇସ୍ରାଏଲ ଗସ୍ତ ପୂର୍ବରୁ ମାକ୍ରୋନ ପ୍ରତିକ୍ରିୟା ଦେଇ କହିଥିଲେ, ଆତଙ୍କବାଦ ବିରୋଧୀ ଲଢେଇରେ ଇସ୍ରାଏଲ ସହ ଫ୍ରାନ୍ସ ରହିଛି ।
ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କବାଦୀ କାପୁରୁଷ ଭାବେ ଯେପରି ନୀରିହ ଇସ୍ରାଏଲ ନାଗରିକଙ୍କୁ ହତ୍ୟା କରିଛନ୍ତି ତାକୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ । ଏବେ ସାରା ବିଶ୍ୱ ଏକଜୁଟ ହୋଇ ଆତଙ୍କବାଦ ବିରୋଧରେ ଲଢେଇବା କରିବା ଜରୁରୀ ହୋଇପଡିଛି ।