ଓଡ଼ିଶା 365 (ବ୍ୟୁରୋ): ଅଯୋଦ୍ଧାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଏହାରି ଭିତରେ ଆଉ ଏକ ବଡ଼ ଖବର ଆସିଛି, ତାହା ହେଉଛି, ଅଯୋଧ୍ୟା ରାମ ମନ୍ଦିର ପାଇଁ ହେବ ପୂଜକ ନିଯୁକ୍ତି । ଏଥିପାଇଁ ବିଜ୍ଞାପନ ବାହାରିଛି । ଅକ୍ଟୋବର ୩୧ତାରିଖ ସୁଦ୍ଧା ପୂଜକ ପଦ ପାଇଁ କରିହେବ ଆବେଦନ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ଏହି ବିଜ୍ଞାପନ ପ୍ରକାଶ ପାଇଛି । ଆସନ୍ତା ଜାନୁଆରୀ ୨୨ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ହେବ ।
ଏଥିପାଇଁ ବିଭିନ୍ନ ପୂଜକ ପଦ ପାଇଁ ଟ୍ରଷ୍ଟ ନିଯୁକ୍ତି ବାହାରିଛି । ନିଯୁକ୍ତିରେ ସ୍ୱଚ୍ଛତା ରଖିବା ପାଇଁ ପ୍ରବେଶିକା ପରୀକ୍ଷାର ବ୍ୟବସ୍ଥା କରାଯାଇଛି । ଆବେଦନ କରିବା ପରେ ପ୍ରବେଶିକା ପରୀକ୍ଷା ଦେବାକୁ ହେବ । ଏହାପରେ ତାଲିମ ନେଇ ରାମ ମନ୍ଦିରରେ ପୂଜକ ଭାବେ କାର୍ୟ୍ୟ କରିବାକୁ ଯୋଗ୍ୟ ହେବେ ପ୍ରାର୍ଥୀ । ପଣ୍ଡିତ ମାନଙ୍କ ଦ୍ୱାରା ଏହି ତାଲିମ ଦିଆଯିବ । ରାମ ମନ୍ଦିରରେ ବିଭିନ୍ନ ପୂଜକ ପଦବୀ ପାଇଁ ନିଯୁକ୍ତି ଦେବାକୁ ଏହି ବିଜ୍ଞାପନ ବାହାରିଛି ।
ଔଙଓଘ ଘଙଡ