ଓଡ଼ିଶା 365 (ବ୍ୟୁରୋ): ବଲିଉଡର ଚୁଲବୁଲି ନାୟିକା କରିସ୍ମା କପୁର । ସେ ନିଜର ଦମଦାର ଅଭିନୟ ସାଙ୍ଗକୁ ଷ୍ଟାଇଲିସ୍ ଲୁକରେ ଏବେ ବି ସମସ୍ତଙ୍କ ହୃଦୟରେ ରାଜ୍ କରୁଛନ୍ତି । ଯଦିଓ ବର୍ତ୍ତମାନ ଇଣ୍ଡଷ୍ଟ୍ରି ଠାରୁ ସେ ଦୂରେଇ ରହିଛନ୍ତି, ହେଲେ ଏପର୍ଯ୍ୟନ୍ତ ବି ଚର୍ଚ୍ଚାରୁ ବାଦ୍ ପଡିନାହାନ୍ତି । ଅନେକ ସମୟରେ ତାଙ୍କ ଲଭ୍ ଲାଇଫକୁ ନେଇ ସେ ଚର୍ଚ୍ଚାରେ ଥାଆନ୍ତି ।
ସୂଚନା ମୁତାବକ, କରିସ୍ମା କପୁର ୨୦୦୩ରେ ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ । ଆଉ ଏଠାରୁ ହିଁ ଆରମ୍ଭ କରିଥିଲେ କରିସ୍ମାଙ୍କ ବୈବାହିକ ଜୀବନ । ହେଲେ ଏହି ବିବାହ ଅଧିକ ଦିନ ତିଷ୍ଠି ପାରିନଥିଲା । ବିବାହର ୧୩ ବର୍ଷ ପରେ କରିସ୍ମା ଏବଂ ସଞ୍ଜୟଙ୍କର ଛାଡପତ୍ର ହୋଇଥିଲା । ଉଭୟ ପାରସ୍ପରିକ ସହମତିରେ ଅଲଗା ହୋଇଥିଲେ । କରିସ୍ମା ଉଭୟ ପିଲାଙ୍କୁ ଯଥା ସମ୍ଭବ ପାଳୁଛନ୍ତି । ଏହାରି ଭିତରେ କରିସ୍ମାଙ୍କ ପ୍ରେମ କାହାଣୀ ଚର୍ଚ୍ଚାକୁ ଆସିଛି ।
କରିସ୍ମା ଏବଂ ସନ୍ଦୀପ ପରସ୍ପରକୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ତାହା ହୋଇପାରିଲା ନଥିଲା । କରିସ୍ମା ନିଜ ପିଲାଙ୍କ ପାଇଁ ତାଙ୍କ ମତ ବଦଳାଇ ଦେଇଥିଲେ । ତାଙ୍କ ପରିବାର ଲୋକେ ମଧ୍ୟ ଏହି ଖବରକୁ ଗୁଜବ ବୋଲି କହିଥିଲେ ।