ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବିଗବସ୍ ସିଜିନ ୧୭ । ଯାହାକୁ ହୋଷ୍ଟ କରୁଛନ୍ତି ବଲିଉଡ ଭାଇଜାନ ସଲମାନ ଖାନ । ବିଗବସକୁ ନେଇ ଦର୍ଶକମାନଙ୍କ ଭିତରେ ଅନେକ କ୍ରେଜ ଭରି ରହିଛି । ଏହି ଶୋ’କୁ ନେଇ ଏବେ ଅନେକ ବିବାଦ ସାମ୍ନାକୁ ଆସୁଛି । ‘ବିଗ୍ ବସ୍-୧୭’ର ପ୍ରତିଯୋଗୀ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପ୍ରଥମ ସପ୍ତାହରେ ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ରାପର ଖାନଜାଦୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି ଝଗଡ଼ା ସମୟରେ ଖାଦଜାଦୀ ଅଙ୍କିତାଙ୍କୁ ଡ୍ରାମା କରୁଛ ବୋଲି କହିବା ପରେ ଅଙ୍କିତା କହିଥିଲେ, ଡ୍ରାମା ମୁଁ ନୁହେଁ ତୁମେ କରୁଛ। ଏହା ଶୁଣି ମୁଁ ଧାରାବାହିକ କରେ ନାହିଁ ବୋଲି କହିଥିଲେ ଖାଦଜାଦୀ। ଏହି ବିବୃତି ଶୁଣି ଅଙ୍କିତା ରାଗିଯିବା ସହ ଯେଉଁ ଟିଭିର ଧାରାବାହିକକୁ ତାତ୍ସଲ୍ୟ କରୁଛ, ସେହି ଟିଭିରେ ତୁମେ ନଜର ଆସୁଛ ବୋଲି କହିଥିଲେ।
ସେପଟେ,ଟିଭି ସମର୍ଥନରେ ଅଙ୍କିତା କହିଥିବା ବେଳେ ତାଙ୍କୁ ସମାଲୋଚନା କରିଛନ୍ତି ପ୍ରଯୋଜକ ସନ୍ଦୀପ ସିକନ୍ଦ। ଅଭିନେତା ତଥା ନିର୍ମାତା ସନ୍ଦୀପ ସିକନ୍ଦ ସୋସିଆଲ ମିଡିଆ ମାଧ୍ୟମରେ ନିଜର ବିରକ୍ତି ଭାବ ପ୍ରକାଶ କରି ଇନଷ୍ଟାଗ୍ରାମରେ ଦୁଇଟି ଷ୍ଟୋରୀ ପୋଷ୍ଟ କରିଛନ୍ତି। ଗୋଟିଏ ପୋଷ୍ଟରେ ସେ ଅଙ୍କିତା୍ଙ୍କୁ ମୁଣ୍ଡବିନ୍ଧା ବୋଲି କହିଥିବା ବେଳେ ଅନ୍ୟ ଏକ ପୋଷ୍ଟରେ ସେ ଲେଖିଛନ୍ତି, ‘ଏହି ସବୁ ଟିଭି କଳାକାର ଯେଉଁମାନେ ହଠାତ୍ ଟିଭି ପ୍ରତି ସେମାନଙ୍କର ଭଲପାଇବା ଏବଂ ସେମାନଙ୍କ ବୃତ୍ତି ବିଷୟରେ କହୁଛନ୍ତ, ମୁଁ ଆଶ୍ଚର୍ୟ୍ୟ ଯେ ସେତେବେଳେ ସେମାନଙ୍କ ଭଲପାଇବା କୁଆଡେ ଚାଲିଯାଏ, ଯେତେବେଳେ ୧୨ଘଣ୍ଟା ପରିବର୍ତ୍ତେ ସେମାନେ ୩-୪ଘଣ୍ଟା ସୁଟିଂ କରନ୍ତି। ସ୍କ୍ରିପ୍ଟ ଓ ସଂଳାପ ବଦଳାଇବାକୁ ଚାପ ପକାନ୍ତି। ଶେଷରେ ଭଲ ଫିଲ୍ମ ବା ବିଜ୍ଞାପନ ମିଳିଲେ ସେମାନେ କରୁଥିବା ଧାରାବାହିକ ଛାଡ଼ି ଆଗକୁ ବଢ଼ନ୍ତି , ସେତେବେଳେ ଏ ଭଲପାଇବା କୁଆଡେ ଚାଲିଯାଉଛି ବୋଲି ସନ୍ଦୀପ ପ୍ରଶ୍ନ କରିଛନ୍ତି ।