ଓଡ଼ିଶା 365 (ବ୍ୟୁରୋ): ବୋମିଖାଲ ଦୁର୍ଗାମଣ୍ଡପରୁ ଭିଡ଼ରେ ମହିଳାଙ୍କ ପର୍ସ ଚୋରିକରି ବନ୍ଧାହେଲା ଆଠ ଲୁଟେରା। ଗିରଫ ସମସ୍ତ ଲୁଟେରା ବିହାରର ହୋଇଥିବା ଜଣାପଡ଼ିଛି। ଏନେଇ ଲକ୍ଷ୍ନୀସାଗର ଥାନା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତମାନେ ହେଲେ ସଞ୍ଜୟ ଦାସ, ମୁକେଶ ଦାସ, ରାହୁଲ କୁମାର, ଅମୀର ଦାସ, ଗୁରୁଦେବ କୁମାର, ଚନ୍ଦନ କୁମାର, ଧୀରଜ କୁମାର ଓ ରୋହିତ କୁମାର।
ଗତକାଲି ଏହଗ୍ ଘଟଣାଟି ଘଟିଥିଲା। ଭୁବନେଶ୍ୱର ନୟାପଲ୍ଲୀ ନିବାସୀ ନିହାରିକା ରାମ ବୋମିଖାଲ ଦୁର୍ଗା ମଣ୍ଡପକୁ ବୁଲିବାକୁ ଯାଇଥିବା ବେଳେ ତାଙ୍କ ପର୍ସ ଚୋରି ହୋଇଥିଲା। ପର୍ସରେ ୧ହଜାର ଟଙ୍କା, ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ପ୍ୟାନ କାର୍ଡ ଥିଲା। ପୁଲିସ ଘଟଣାର ତଦନ୍ତ କରି ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ନଗଦ ୧ ହଜାର ଟଙ୍କା, ୨ଟି ଛୋଟ ଖଣ୍ଡା, ୪ଟି ମୋବାଇଲ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ ଦଫା ୩୭୯/୩୪ରେ ଚୋରି ଓ ଅପରାଧିକ ଷଡଯନ୍ତ୍ର ମାମଲା ରୁଜୁ କରାଯାଇଛି।