ଓଡ଼ିଶା 365 (ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ନେଲା ବାତ୍ୟାର ରୂପ। ଏହି ବାତ୍ୟାର ନାଁ ‘ହାମୁନ’ ଦିଆଯାଇଛି। ଏହି ବାତ୍ୟା ଓଡ଼ିଶା ଉପକୂଳରୁ ୨ଶହ କିମି ଦୂରରେ କରିବ ଅତିକ୍ରମ । ୨୫ ତାରିଖରେ ଏହା ବାଂଲାଦେଶ ଉପକୂଳ ଛୁଇଁବ । ଓଡିଶା ଉପରେ ଏହାର କିଛି ବିଶେଷ ପ୍ରଭାବ ନାହିଁ । ଉପକୂଳରେ କେବଳ କାଁ ଭାଁ ବର୍ଷା ହେବ ।
ଉତ୍ତର ଓଡିଶାରେ କାଁ ଭାଁ ବର୍ଷା ହୋଇପାରେ । ବାତ୍ୟା ପ୍ରଭାବରେ କିଛି ସ୍ଥାନରେ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି । ଏହି ବାତ୍ୟା ବାଂଲାଦେଶ ଉପକୂଳର ଖେପୁପଡା –ଚିତ୍ତାଗଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଆଉ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇସାରିଥିବ ।ଏପଟେ ଏଆରସିଙ୍କ ପକ୍ଷରୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କୃଷି ଓ ଜଳସଂପଦ ବିଭାଗ ସଚିବଙ୍କୁ ସତର୍କ ରହିବାକୁ କୁହାଯାଇଛି । ବାତ୍ୟାର ପ୍ରଭାବ ଓଡିଶାରେ ନାହିଁ ବୋଲି ପାଣିପାଗ ବିଭାଗର ଆକଳନ ସତ୍ୱେ ଲୋକଙ୍କ ମନରେ ଛନକା ପଶିଛି । ବିଶେଷକରି ଚାଷୀକୂଳ ଚିନ୍ତାରେ ପଡିଛନ୍ତି ।