ଓଡ଼ିଶା 365 (ବ୍ୟୁରୋ) : ଫିଟ୍ ରହିବା ପାଇଁ ଚାହୁଁଛନ୍ତି କି, ତେବେ ବିନା ଖର୍ଚ୍ଚରେ ଘରେ ତିଆରି କରନ୍ତୁ କିଛି ଏମିତି । ହଁ ଆଜ୍ଞା ଆପଣ ଆଗରୁ ସୁଣିଥିବେ ଲେମ୍ବୁ ଓ ମହୁ ପିଇବାର ଉପକାର କିନ୍ତୁ ଆପଣ ଜାଣନ୍ତି କି ଲେମ୍ବୁ ଏବଂ ଗୁଡର ପାଣି ଆପଣଙ୍କ ଶରୀର ପାଇଁ କେତେ ଲାଭଦାୟକ । ଯେଉଁମାନେ ଓଜନ କମାଇବାକୁ କଠିନ ପରିଶ୍ରମ କରୁଛନ୍ତି, ସେମାନେ ଏହି ସହଜ ଆୟୁର୍ବେଦିକ ରେସିପି ମାଧ୍ୟମରେ ନିଜର ଓଜନ କମାଇ କରିପାରିବେ । ତେବେ ଚିନି ତୁଳନାରେ ଗୁଡ଼ ଆପଣଙ୍କ ଶରୀର ପାଇଁ ଲାଭ ଦାୟକ ହୋଇଥାଏ । ଏଥିରେ ଅଳ୍ପ ପରିମାଣର କ୍ୟାଲୋରୀ ଥାଏ ।
ଗୁଡ଼ରେ ଆଣ୍ଟିଅକ୍ସିଡାଣ୍ଟ, ଜିଙ୍କ ଏବଂ ସେଲେନିୟମ୍ ଭରପୂର ମାତ୍ରାରେ ରହିଥାଏ, ଯାହାକି ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ, ଗୁଡ଼ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ ଓ ମେଟାବୋଲିଜିମକୁ ଶକ୍ତିଶାଳୀ କରିଥାଏ । ଖାଇବା ପରେ ଏକ ଛୋଟ ଖଣ୍ଡ ଗୁଡ଼ ଖାଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଯାଏ । ସେହିଭଳି ଲେମ୍ବୁରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ । ଏହା ଶରୀରକୁ ହାଇଡ୍ରେଟ୍ ରଖିବା ସହ ମେଟାବୋଲିଜିମ୍ ବଢ଼ାଇଥାଏ । ଲେମ୍ବୁରେ ଥିବା ଆଣ୍ଟିଅକ୍ସିଡାଣ୍ଟଗୁଡିକ କୋଷଗୁଡ଼ିକୁ ମୁକ୍ତ ରେଡିକାଲ୍ ଦ୍ୱାରା କ୍ଷତିରୁ ରକ୍ଷା କରିଥାଏ । ଓଜନ ହ୍ରାସ କରିବାରେ ସାହାର୍ଯ୍ୟ ମଧ୍ୟ କରିଥାଏ ।