ଓଡ଼ିଶା 365 (ବ୍ୟୁରୋ) : ଦଶହରା, ମାଙ୍କ ଆଗମନ ପାଇଁ କାଇଁ କେତେ ପ୍ରସ୍ତୁତି କରାଯାଇଥାଏ । ତେବେ ଏହି ନବରାତ୍ରି ଖାଲି ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଧୁମଧାମରେ ପାଳନ କରାଯାଏ ।ପ୍ରାୟ ସମସ୍ତେ ନବରାତ୍ରିର ପୂଜା ନିଜ ନିଜର ଢ଼ଙ୍ଗରେ ପାଳନ କରିଥାନ୍ତି । କିନ୍ତୁ ମା’ଦୁର୍ଗାଙ୍କୁ ଭକ୍ତି କରିବା ହିଁ ହେଉଛି ସସମସ୍ତଙ୍କର ଆରାଧନାର କାରଣ । ତେବେ କେତେକ ସ୍ଥାନରେ ଦାଣ୍ଡିଆ ଖେଳାଯାଇଥାଏ । ବିଶେଷ କରି ଗୁଜୁରାଟରେ ନବରାତ୍ରିର ଉତ୍ସବରେ ଦାଣ୍ଡିଆ ଓ ଗରବାର ଖେଲାଯିବା ପ୍ରସିଦ୍ଧ । ଏମିତି ବି ଗରବା ଗୁଜୁରାଟର ପାରମ୍ପରିକ ନୃତ୍ୟ ଅଟେ । କିନ୍ତୁ ଏବେ ଏହା ପୁରା ଦେଶରେ ନବରାତ୍ରିର ସମୟରେ କରାଯାଉଛି । ତେବେ ଏହି ଦାଣ୍ଡିଆ ବା ଗରବା ଦୁର୍ଗା ମା’ଙ୍କ ପସନ୍ଦ ବୋଲି ବିଶ୍ୱାସ କରାଯାଏ । ତେବେ ଜାଣନ୍ତୁ କାହିଁକି ଖେଳାଯାଏ ଏହି ଦାଣ୍ଡିଆ । ଦୁର୍ଗା ମା’ଙ୍କ ସମ୍ମାନରେ ଭକ୍ତି ପ୍ରଦର୍ଶନ ସ୍ୱରୂପ ଦାଣ୍ଡିଆ କରାଯାଏ । ଏବଂ ଏହାପରେ ମା’ଙ୍କର ଆରତି ହୁଏ ।
ଆରତୀ ପରେ ଦାଣ୍ଡିଆ ସମାରୋହ ର ଆୟୋଜନ କରାଯାଏ । ଦାଣ୍ଡିଆ ବା ଗରବାର ଆକ୍ଷରିକ ଅର୍ଥ ଅଟେ ଗର୍ଭ ଦୀପ । ନବରାତ୍ରିର ପ୍ରଥମ ଦିନ ଛିଦ୍ର ନଥିବା ଏକ ମାଟି ଘଡିକୁ ସ୍ଥାପିତ କରାଯାଏ । ଯାହା ଭିତରେ ଦୀପ ପ୍ରଜ୍ୱଳିତ କରାଯାଏ । ଏବଂ ଏହା ସହ ରୂପାର ଏକ ମୁଦ୍ରା ରଖାଯାଏ । ଏହି ଦୀପକକୁ ଦୀପଗର୍ଭ କୁହାଯାଏ । ଦୀପ ଗର୍ଭରେ ସ୍ଥାପିତ ହେବା ପରେ ମହିଳାମାନେ ଓ ଯୁବତୀମାନେ ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ମା’ ଶକ୍ତିଙ୍କ ସମ୍ମୁଖରେ ନୃତ୍ୟ କରି ତାଙ୍କୁ ପ୍ରସନ୍ନ କରିଥାନ୍ତି । ଗର୍ଭ ସୀପ ସ୍ତ୍ରୀଙ୍କର ସୃଜନଶକ୍ତି ର ପ୍ରତୀକ ଅଟେ । ଏବଂ ଏହି ଦୀପ ଗର୍ଭର ଅପଭ୍ରଂଶ ରୂପ ଅଟେ । ଦାଣ୍ଡିଆ ନୃତ୍ୟରେ ମହିଳାମାନେ ତାଳି ଚୁଟକି , ଦାଣ୍ଡିଆ ଓ ମଂଜୋରିର ପ୍ରୟୋଗ ମଧ୍ୟ କରିଥାନ୍ତି । ଦୁଇ ବା ଚାରିଜଣଙ୍କ ସମ୍ମୁଖରେ ମହିଳାମାନେ ବିଭିନ୍ନ ପ୍ରକାର ତାଳି ପ୍ରଦର୍ଶନ କରାଯାଏ । ଏହି ସମୟରେ ଦେବୀ ଶକ୍ତି ଓ କୃଷ୍ଣଙ୍କର ରାସଲୀଳା ସମ୍ବନ୍ଧିତ ଗୀତ ବୋଲା ଯାଇଥାଏ । ଖାଲି ସେତିକି ନୁହେଁ ପର୍ବର ପ୍ରଥମ ଦିନ ବାଳିକାମାନଙ୍କୁ ପୂଜା କରାଯାଏ ।
ଦ୍ୱିତୀୟ ଦିନରେ ଯୁବତୀଙ୍କ ପୂଜା କରାଯାଏ । ୩ୟ ଦିନରେ ମହିଳାଙ୍କର ପୂଜା କରାଯାଏ । ଦେବୀ ଦୁର୍ଗାଙ୍କର ବିନାଶକାରୀ ରୂପରେ ସବୁ ଖରାପ ଶକ୍ତି ଗୁଡିକର ଅନ୍ତ ହୋଇଯାଏ । ମହିଳାମାନେ ଏକାଠି ହୋଇ ଗରବା ଖେଳନ୍ତି ଏବଂ ତିନି ତାଳିର ପ୍ରୟୋଗ କରିଥାନ୍ତି । ଏହାର ପଛରେ ମଧ୍ୟ ଏକ ମହତ୍ୱପୂର୍ଣ୍ଣ କରାଣ ରହିଛି । ବ୍ରହ୍ମା , ବିଷ୍ଣୁ ,ମହେଶ୍ୱର ଆଦି ତ୍ରିଦେବଙ୍କର ପାଖରେ ପୁରା ବ୍ରହ୍ମାଣ୍ଡ ଘୁରୁଅଛି । ଏହି ତିନି ଦେବଙ୍କର କଳାକୁ ଏକାଠି କରି ଶକ୍ତିଙ୍କର ଆବାହନ କରାଯାଏ । ତେଣୁ ନବରାତ୍ରିରେ ଦାଣ୍ଡିଆ ଖେଳାଯିବାର ପ୍ରଥା ରହିଛି ।