ଓଡ଼ିଶା 365 (ବ୍ୟୁରୋ) : ଆମ ଆଖପାଖରେ ଏପରି ଅନେକ ଫୁଲ ରହିଛି ଯାହାକୁ ଆମେ ସୈାନ୍ଦର୍ଯ୍ୟ ପାଇଁ ଆମେ ଲଗାଇଥାଉ। କିନ୍ତୁ ଏପରି କେତେକ ଫୁଲ ରହିଛି ଯାହା ସହଜରେ ମିଳିଯାଇଥାଏ ଏବଂ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥାଏ। ଏଭଳି ଏକ ଫୁଲ ହେଉଛି ମନ୍ଦାର ଫୁଲ । ମନ୍ଦାର ଫୁଲ ଠାକୁରାଣୀଙ୍କର ଅତି ପ୍ରିୟ । ସେହିଭଳି ବଜରଂଗବଲି ହନୁମାନଙ୍କୁ ମଧ୍ୟ ମନ୍ଦାର ଫୁଲ ଦେଇ ପୂଜା କରାଯାଇଥାଏ । ସେଥିପାଇଁ ଘରେଘରେ ମନ୍ଦାର ଫୁଲଗଛ ମଧ୍ୟ ଦେଖିବାକୁ ମିଳିଥାଏ । ମନ୍ଦାର ଗଛ ଏବଂ ଏହାର ଡେମ୍ଫରେ ଲାଗିଥିବା ଲାଲ ରଙ୍ଗର ଫୁଲ ସବୁ ଘରର ଶୋଭା ବଢ଼ାଇଥାଏ କିନ୍ତୁ ଏହି ଗଛର ଗୁଣ ବିଷୟରେ ଲୋକମାନେ ଅଜ୍ଞ ଅଟନ୍ତି । ଏହାର ଫୁଲ ଏବଂ ପତ୍ର ମଧ୍ୟ ଉପକାରୀ । ଏହାର ଫୁଲ ଏବଂ ପତ୍ର ଦ୍ବାରା ମଧ୍ୟ ଅନେକ ରୋଗରୁ ଉପଶମ ମିଲିଥାଏ । ଏହା ଏକ ଫୁଲ ହେବା ସହ ସ୍ବାସ୍ଥ୍ୟପାଇଁ ମଧ୍ୟ ଲାଭଦାୟକ। ମନ୍ଦାର ଫୁଲରେ ଥିବା ଆଣ୍ଟିଅକ୍ସିଡାଣ୍ଟ, ଲୈାହ, ଖଣିଜ ଗୁଣ ସମସ୍ତ ରେଗରୁ ଉପଶମ ପାଇବା ପାଇଁ ସାହାଯ୍ୟ କରିଥାଏ । ଏଥିରେ ଭିଟାମିନର ମାତ୍ରା ମଧ୍ୟ ପ୍ରଚୁର ପରିମାଣରେ ଥାଏ । ଏହି ଫୁଲର ଚା ଏବଂ ସର୍ବତ ମଧ୍ୟ ଆପଣ ପିଇ ପାରିବେ।
ମନ୍ଦାର ଫୁଲ ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ଆର୍ୟୁବେଦିକ ଚିକିତ୍ସକଙ୍କ ଅନୁସାରେ ଏହି ଫୁଲର ଚା ଏବଂ ସର୍ବତ ପିଇବା ଫଳରେ ତ୍ବଚା ସମ୍ବନ୍ଧୀୟ ରୋଗରୁ ଉପଶମ ମିଳିଥାଏ। ଏହା ଦ୍ବାରା ଚର୍ମ କୁଞ୍ଚନ ହୋଇନଥାଏ । ଏହା ତ୍ବଚାର ଚମକକୁ ପୁଣିଥରେ ଆଣିବାକୁ ଚେଷ୍ଟା କରିଥାଏ। ଶରୀରର ଘା କୁ ଭଲ କରିବା ପାଇଁ ଏହା ଲାଭଦାୟକ ହୋଇଥାଏ । ଉଚ୍ଚ ରକ୍ତଚାପକୁ ଠିକ୍ କରିବା ପାଇଁ ଏହାର ପ୍ରୟୋଗ କରାଯାଇଥାଏ । ଏହା ଅତ୍ୟଧିକ କୋଲେଷ୍ଟ୍ରୋଲକୁ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏଥିରେ ଭିଟାମିନ ସି ଏବଂ ଖଣିଜ ଦ୍ରବ୍ୟଗୁଣ ପ୍ରଚୁର ପରିମାଣରେ ରହିଥାଏ। ଏହା ଚୁଟି ଉପୁଡ଼ୁଥିବା ଭଳି ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିରୁ ପ୍ରାକୃତିକ ଉପାୟରେ ମଧ୍ୟ ତେଲ ପ୍ରସ୍ତୁତ କରାଯାଇଥାଏ ଯାହାକୁ ବାଳରେ ଲଗାଇବା ଦ୍ୱାରା ବାଳ ଘନ ଏବଂ ମୁଲାୟମ ହୋଇଥାଏ । ଏହା ବାଳକୁ ରାସାୟନିକ ପ୍ରଭାବରୁ ବଞ୍ଚାଇଥାଏ ।