ଓଡ଼ିଶା 365 (ବ୍ୟୁରୋ) : ସାଧାରଣତଃ ଆପଣ ମାନେ ମୁଗ ଡ଼ାଲି ଖାଇଥିବେ । କିନ୍ତୁ ଆପଣ ଜାଣନ୍ତିକି ମୁଗ ଡ଼ାଲି ଖାଇବା ଦ୍ୱାରା ଶରୀରକୁ କେଉଁ କେଉଁ ପ୍ରକାରର ଫାଇଦା ମିଳିଥାଏ ? ତେବେ ଜାଣନ୍ତୁ ମୁଗ ଡାଲି ଖାଇବାରେ କେବଳ ସ୍ୱାଦିଷ୍ଟ ନୁହେଁ, ବରଂ ଖାଇବା ଯୋଗୁଁ ସ୍ୱାସ୍ଥ୍ୟ ଉପରେ ଏହାର ବେଶ୍ ପ୍ରଭାବ ପଡିଥାଏ । ଏହି ଡାଲିରେ ପ୍ରଚୁର ମାତ୍ରାରେ ପ୍ରୋଟିନ ଭରି ରହିଥାଏ । ଏହାଛଡା ମୁଗ ଡାଲିରେ ମାଙ୍ଗାନିଜ, ପୋଟାସିୟମ, ମ୍ୟାଗ୍ନେସିୟମ, ଫଲେଟ, କପର, ଜିଙ୍କ ଏବଂ ଭିଟାମିନ ଭଳି ପୋଷକ ତତ୍ତ୍ୱ ରହିଥାଏ । ଏହି ଡାଲିକୁ ଖାଇବା ଦ୍ୱାରା ଶରୀରେ ଅଭାବ ଥିବା ପୋଷକ ତତ୍ତ୍ୱକୁ ପୂରଣ କରିଥାଏ । କେବଳ ଏତିକି ନୁହେଁ, ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ମୁଗ। ଡେଙ୍ଗୁ ଭଳି ବିପଦପୂର୍ଣ୍ଣ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଖାଲି ସେତିକି ନୁହେଁ ମୁଗ ଡାଲିର ପାଣିରେ ପ୍ରୋଟିନ ୧୪ ଗ୍ରାମ, ଫ୍ୟାଟ୍ ୧ ଗ୍ରାମ, ଫାଇବର ୧୫ ଗ୍ରାମ, ଫଲେଟ ୩୨୧ ମାଇକ୍ରୋଗ୍ରାମ, ସୁଗାର ୪ ଜ୍ରାମ, କ୍ୟାଲସିଅମ ୫୫ ମିଲି ଗ୍ରାମ ରହିଥାଏ। ଏହା ଛଡା ଡାଲି ପାଣିରେ ଭିଟାମିନ ବି ୧, ବି ୫, ବି ୬, ଥିୟାମିନ, ଡାଇଟରୀ ଫାଇବର ଏବଂ ରେଜିଷ୍ଟାଣ୍ଟ ଷ୍ଟାର୍ଚ୍ଚ ରହିଥାଏ ।
ଶରୀରରେ ଅନେକ ସମସ୍ୟା ଦେଖାଯାଏ । ଏହି ସମସ୍ୟା ମଧ୍ୟରେ ମୋଟାପଣ ସବୁଠାରୁ ମୁଖ୍ୟ ସମସ୍ୟା। ଯଦି ଆପଣ ମୋଟାପଣକୁ ନେଇ ଚିନ୍ତିତ ଏବଂ ଓଜନ କମ୍ କରିବାକୁ ଚାହୁଛନ୍ତି, ତେବେ ପ୍ରତିଦିନ ମୁଗଡାଲି ପାଣି ପିଅନ୍ତୁ। ଏହି ଡାଲି ପାଣିରେ କ୍ୟାଲୋରୀ କମ୍ ଏବଂ ଫାଇବରର ଅଧିକ ମାତ୍ରା ରହିଥାଏ । ଏହାଛଡା ମୁଗ ଡାଲି ପାଣି ମେଟାବଲିଜିମକୁ ବୁଷ୍ଟ କରିଥାଏ, ଯାହାଦ୍ୱାରା ଓଜନ ହ୍ରାସ ହେବା ପ୍ରକ୍ରିୟାକୁ ଶୀଘ୍ର କରିଥାଏ । ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ଥିବା ମଇଳା ପଦାର୍ଥ ବାହାରିଯାଇଥାଏ। ଏହାସହିତ ଏହି ଡାଲି ପାଣିରେ ଥିବା ତତ୍ତ୍ୱ ଲିଭର, ଗାଲ ବ୍ଲାଡର, ରକ୍ତ ଏବଂ ଅନ୍ତନଳୀକୁ ସଫା କରିଥାଏ । ଖାଲି ସେତିକି ନୁହେଁ, ମଧୁମେହ ପାଇଁ ମଧ୍ୟ ମୁଗଡାଲି ପାଣି ବେଶ ଫାଇଦାଯୁକ୍ତ। ଏହା ଶରୀରରେ ଥିବା ଇନସୁଲିନ ସ୍ତରକୁ ବଢାଇବାରେ ସହାୟକ ହୋଇଥାଏ। ଏହାଛଡା ଶରୀରରେ ଥିବା ବ୍ଲଡ ଗ୍ଲୁକୋଜକୁ ନିୟନ୍ତ୍ରିତ ରଖିଥାଏ ଫଳରେ ଡାଇବେଟିଜ ନିୟନ୍ତ୍ରଣରେ ରହିଥାଏ।