ଓଡ଼ିଶା 365 (ବ୍ୟୁରୋ) : ସାଧାରଣ ଏହି ସଜନା ଶାଗ ଗାଁ ମାନଙ୍କରେ ଅଧିକ ଦେଖିବାକୁ ମିଳିଥାଏ । ତେବେ କେହି କେହି ଏହି ଶାଗ ଖାଇବାକୁ ପସନ୍ଦ କରୁନଥିବା ବେଳେ ଆଉ କେହି ଖାଇବାକୁ ବେଶ ଆଗ୍ରହ ପ୍ରକାଶ କରିଥାନ୍ତି । କାରଣ ସଜନା ସାଗରେ ପ୍ରଚୁର ପରିମାଣରେ ଭିଟାମିନ ସି ମିଳିଥାଏ । କମଳା ଫଳ ଠାରୁ ୭ ଗୁଣ ଅଧିକ ଭିଟାମିନ ସି ଏଇ ଶାଗ ରେ ମହଜୁଦ ରହିଥାଏ । ଦୈନିକ ଅଳ୍ପ ପରିମାଣର ସଜନା ଶାଗ ଖାଇଲେ ଆମ ପାଚନ କ୍ଷମତା ବୃଦ୍ଧି ପାଇଥାଏ । ଭିଟାମିନ ଏ ର ଅଭାବ ଦୂର କରିବା ନିମନ୍ତେ ଅଧିକାଂଶ ଗାଜର କୁ ମଧ୍ୟ ନିୟମିତ ଖାଇଥାଉ ।
ସପ୍ତାହ ରେ ୨ ଥର ସଜନା ଶାଗ ଖାଇଲେ ଭିଟାମିନ ଏ ଅଭାବ ଜନିତ ରୋଗ ରୁ ରକ୍ଷା ମିଳେ । ଆଣ୍ଟି ଆକ୍ସିଡ଼େଣ୍ଟ ଭରପୁର ସଜନା ଶାଗ ଖାଇଲେ ରକ୍ତ ଚାପ ନିୟନ୍ତ୍ରଣ ରେ ରହିବା ସହ ତ୍ୱଚା ଭାଙ୍ଗ ସମସ୍ୟା ଦୂର ହୋଇଥାଏ । କୋଲେଷ୍ଟରଲ ସ୍ତର କୁ ନିୟନ୍ତ୍ରଣ କରୁଥିବା ଏହି ଶାଗ ର ପୋଷକ ତତ୍ୱ ହୃଦଘାତ ର ଆଶଙ୍କା କମ କରୁଥିବାର ଖାଦ୍ୟ ବିଶେଷଜ୍ଞ ମତ ଦେଇଥାନ୍ତି । ନିଶା ଗ୍ରସ୍ତ ବ୍ୟକ୍ତି ସଜନା ଶାଗ ଖାଇଲେ ସେମାନଙ୍କ ଯକୃତ କୁ ଶକ୍ତି ମିଳିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ ।