ଓଡ଼ିଶା 365 (ବ୍ୟୁରୋ): ହିଜାବକୁ ନେଇ କର୍ଣ୍ଣାଟକ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରତିଯୋଗିତାମୂଳକ ପରୀକ୍ଷା ସମୟରେ ବାଳିକା ଛାତ୍ରମାନଙ୍କୁ ହିଜାବ ପିନ୍ଧିବାକୁ ସରକାର ଅନୁମତି ଦେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ବାଳିକା ଛାତ୍ରମାନେ ହିଜାବ ପିନ୍ଧି ପରୀକ୍ଷା ଦେଇପାରିବେ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ରାଜ୍ୟ ଶିକ୍ଷା ମନ୍ତ୍ରୀ ଏମସି ସୁଧାକର ହିଜାବ ପ୍ରସଙ୍ଗରେ ଏକ ସମୀକ୍ଷା ବୈଠକ କରିଥିଲେ। ସମସ୍ତ ଜିନିଷକୁ ଧ୍ୟାନରେ ରଖି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ପରୀକ୍ଷା ସମୟରେ ବାଳିକା ଛାତ୍ରମାନଙ୍କୁ ହିଜାବ ପିନ୍ଧିବାକୁ ଦିଆଯାଉ।
ଏହି ପ୍ରସଙ୍ଗରେ ଶିକ୍ଷା ମନ୍ତ୍ରୀ ଏମ.ସି ସୁଧାକର କହିଛନ୍ତି ଯେ କିଛି ଲୋକ ହିଜାବକୁ ନେଇ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି, ଏହି ଲୋକମାନେ ପରୀକ୍ଷାରେ ହିଜାବ ପିନ୍ଧିବା ଉପରେ ଆପତ୍ତି ଉଠାଇ ପରିବେଶକୁ ନଷ୍ଟ କରିବାକୁ ଚାହୁଁଛନ୍ତି। ଏଥିସହ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ସମସ୍ତ ଲୋକଙ୍କ ସ୍ୱାଧୀନତାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ ଘଋଋଞ ପରୀକ୍ଷାରେ ମଧ୍ୟ ହିଜାବ ପିନ୍ଧି କାଗଜ ଦେବାକୁ ଅନୁମତି ଦିଆଯାଇଛି। ଯେକୌଣସି ବ୍ୟକ୍ତି ନିଜ ପସନ୍ଦ ଅନୁଯାୟୀ ପୋଷାକ ପିନ୍ଧି ପରୀକ୍ଷା ଦେଇପାରିବେ । ଏଥିରେ କୌଣସି ପ୍ରକାରର ପ୍ରତିବନ୍ଧକ ରହିବ ନାହିଁ ।