ଓଡ଼ିଶା ୩୬୫(ବ୍ୟୁରୋ): ଜାତୀୟ ରାଜଧାନୀ ଦିଲ୍ଲୀର ବାୟୁ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ଦିଲ୍ଲୀର ସାମଗ୍ରିକ ବାୟୁ ଗୁଣବତ୍ତା ସୋମବାର ୩୦୯ ରେ ସର୍ବଶେଷ ଏକ୍ୟୁଆଇ ସହିତ ‘ବହୁତ ଖରାପ’ ବର୍ଗରେ ପହଞ୍ଚିଛି । ଏଥିସହିତ ଦିଲ୍ଲୀ ଏନସିଆରରେ ମଧ୍ୟ ବାୟୁ ଗୁଣବତ୍ତା ଖରାପ ହୋଇଛି। ଏଠାରେ ବାୟୁ ଗୁଣବତ୍ତା ମଧ୍ୟ ‘ବହୁତ ଖରାପ’ ବର୍ଗରେ ଅଛି ଏବଂ ସଫର ଇଣ୍ଡିଆ ଅନୁଯାୟୀ, ଦିଲ୍ଲୀ ଏନସିଆରରେ ଏକ୍ୟୁଆଇ ହେଉଛି ୩୨୨ ।
ଦିଲ୍ଲୀର ଆନନ୍ଦ ବିହାର, ହାସନପୁର ଡିପୋ, ଜାତୀୟ ରାଜପଥ ୯ ରେ କିଛି ଚିତ୍ର ସାମ୍ନାକୁ ଆସିଛି, ଯେଉଁଠାରେ ଧୂଆଁ ଯୋଗୁଁ କିଛି ସ୍ପଷ୍ଟ ଦେଖାଯାଉ ନାହିଁ ।