ଓଡ଼ିଶା 365 (ବ୍ୟୁରୋ): ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅର୍ଥାତ୍ ଅଭିନେତା ଅମୀର ଖାନଙ୍କ ଆପାର୍ଟମେଣ୍ଟ ଭାଙ୍ଗିବାକୁ ଯାଉଛି । ଖବର ମୁତାବକ, ରିପୋର୍ଟ ଅନୁଯାୟୀ, ଆମୀର ଖାନଙ୍କ ଏହି ଆପାର୍ଟମେଣ୍ଟକୁ ଭାଙ୍ଗି ପୁନଃନିର୍ମାଣ କରାଯିବ। ରିପୋର୍ଟରେ କୁହାଯାଇଛି ଯେ ଏକ ରିଏଲ୍ ଇଷ୍ଟେଟ୍ ସଂସ୍ଥାକୁ ଏହି କାର୍ୟ୍ୟ ପାଇଁ ଦାୟିତ୍ୱ ଦିଆଯାଇଛି। ଏହି ପ୍ରକଳ୍ପରେ ଆମୀର ଖାନଙ୍କର ବହୁତ ଆଗ୍ରହ ମଧ୍ୟ ରହିଛି । ଅନ୍ୟପଟେ ଆମୀର ଖାନ ଚେନ୍ନାଇ ଯିବାର ଅଛି । କାରଣ ସେ ତାଙ୍କ ମା’ଙ୍କ ସହ ସମୟ ବିତାଇବାକୁ ଚାଁହୁଛନ୍ତି ।
ସେପଟେ ଖୁବଶୀଘ୍ର ଚେନ୍ନାଇ ଛାଡିବେ ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅର୍ଥାତ୍ ଅଭିନେତା ଅମୀର ଖାନ ।ଏହି ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କ ସ୍ୱପ୍ନର ସହର ମୁମ୍ବାଇକୁ ଛାଡି ସେ ଖୁବଶୀଘ୍ର ଚେନ୍ନାଇ ଯିବେ। ତାଙ୍କ ସ୍ଥାନ ବଦଳିବାର କାରଣ ହେଉଛି ତାଙ୍କ ମାଆ ଜିନତ ହୁସେନ୍ ବୋଲି ଜଣାପଡିଛି । ସୂଚନା ମୁତାବକ, ଆଗାମୀ ଦୁଇମାସ ପର୍ୟ୍ୟନ୍ତ ଅମୀର ଚେନ୍ନାଇରେ ରହିବେ। ଏହା ପଛର କାରଣ ହେଉଛନ୍ତି ତାଙ୍କ ମା’ ଜିନତ ହୁସୈନ । ତାଙ୍କ ମା’ଙ୍କର କିଛିଦିନ ହେବ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏବଂ ଅମୀର ତାଙ୍କ ମା’ଙ୍କ ପାଖରେ ରହି ସେବା କରିବେ, ସେଥିପାଇଁ ସେ ମୁମ୍ବାଇ ଛାଡି ଚେନ୍ନାଇ ଯିବେ ।
ନିକଟରେ ଏକ ସାକ୍ଷାତକାରରେ ଅମୀର କହିଥିଲେ ଯେ, “କାମରେ ବ୍ୟସ୍ତ ରହିବା ହେତୁ ମୁଁ ମୋ ପରିବାରକୁ ସମୟ ଦେଇ ପାରି ନାହିଁ। ତେଣୁ ଏବେ କାମରୁ ବିଶ୍ରାମ ନେଇ ପରିବାରକୁ ସମୟ ଦେବି। ଅଭିନେତାଙ୍କ ମା ଚେନ୍ନାଇରେ ରୁହନ୍ତି ଏବଂ ସେଠାରେ ଚିକିତ୍ସିତ ହେଉଛନ୍ତି।“