ଓଡ଼ିଶା 365 (ବ୍ୟୁରୋ):ଜେଲ୍ ଗଲେ ବଲିଉଡ ଅଭିନେତା ଦଲିପ ତାହିଲ । ୨ ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।ଯାହାକୁ ନେଇ ବଲିଉଡ ଇଣ୍ଡଷ୍ଟ୍ରିରେ ଦେଖାଦେଇଛି ଟେନସନ । ସୂଚନା ଅନୁଯାୟୀ, ଦଲିପ ତାହିଲଙ୍କୁ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ମାମଲାରେ ୨ ମାସ ଜେଲ ଦଣ୍ଡାଦେଶରେ କୋର୍ଟ ଦଣ୍ଡିତ କରିଛନ୍ତି ।୨୦୧୮ରେ ଅଭିନେତା ଦଲିପ ତାହିଲ ମୁମ୍ବାଇର ଖାର ଅଞ୍ଚଳରେ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଇଥିଲେ । ନିଜ କାରରେ ଏକ ଅଟୋ ରିକ୍ସାକୁ ଧକ୍କା ଦେଇଥିଲେ । ଯାହାଫଳରେ ଜଣେ ଯୁବକ ଓ ଯୁବତୀ ଗୁରୁତର ଆହତ ହୋଇଥିଲେ। ଏହାପରେ ପୀଡିତମାନେ ତାଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରିଥିଲେ ।
ଦଲିପ ତାହିଲଙ୍କ ମାମଲାରେ ଡାକ୍ତରଙ୍କ ରିପୋର୍ଟକୁ ଆଧାର କରି ଏହି ଦଣ୍ଡାଦେଶ ମିଳିଛି । ଡାକ୍ତର ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କ ଠାରୁ ମଦ ଗନ୍ଧ ବାରି ହୋଇପଡୁଥିଲା । ଏହି ସମୟରେ ଦଲିପ ନିଜେ ଚାଲିପାରୁନଥିଲେ । ଠିକ୍ ଭାବେ କହି ମଧ୍ୟ ପାରୁନଥିଲେ । ସେତେବେଳେ ତାଙ୍କୁ ଖାର ପୋଲିସ ଷ୍ଟେସନରେ ଗିରଫ ମଧ୍ୟ କରାଯାଇଥିଲା । ପରେ ଜାମିନରେ ଦଲିପ ମୁକୁଳି ଯାଇଥିଲେ । ଏବେ ୫ ବର୍ଷ ପରେ ଏହି ମାମଲାର ଶୁଣାଣି କରି କୋର୍ଟ ରାୟ ଶୁଣାଇଛନ୍ତି।