ଓଡ଼ିଶା ୩୬୫(ବ୍ୟୁରୋ): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ହମାସର ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଲଗାତର ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା । ଗାଜା ଉପରେ ଲଗାତର ଏୟାର ଷ୍ଟ୍ରାଇକ ଅଧିକ ଜୋରଦାର କରିଛି ଇସ୍ରାଏଲ ସେନା । ବିମାନ ଦ୍ବାରା ଆକ୍ରମଣ କରି ଇସ୍ରାଏଲର ୱେଷ୍ଟ ବ୍ୟାଙ୍କ ଅଞ୍ଚଳରେ ଥିବା ଅଲ୍ -ଅନ୍ସାର ମସଜିଦ ତଳେ ଥିବା କମାସ୍ କମାଣ୍ଡର ସେଣ୍ଟରକୁ ଧ୍ବଂସ କରାଯାଇଛି । ରବିବାର ଠାରୁ ଆରମ୍ଭ କରି ସୋମବାର ପର୍ୟ୍ୟନ୍ତ ଗାଜା ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ ଜାରି ରଖିଛି । ଗତ ୨୪ ଘଣ୍ଟା ମଧ୍ୟରେ ହିଜବୁଲର ପ୍ରାୟ ୬ ଜଣ କମାଣ୍ଡର ସମେତ ଅନେକ ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ଏହା ଇସ୍ରାଏଲ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି ।
ଗାଜାରେ ୨୪ ଘଣ୍ଟାରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏପର୍ୟ୍ୟନ୍ତ ଉଭୟ ପକ୍ଷରୁ ୪୭୦୦ ରୁ ଅଧିକ ଲୋକଙ୍କ ଜୀବନ ଗଲାଣି ଯାଇଥିବା ବେଳେ ୧୪୨୪୫ ଲୋକ ଆହତ ହୋଇଛନ୍ତି । ଯୁଦ୍ଧ ବଢୁଥିବାରୁ ଲୋକଙ୍କୁ ଉତ୍ତର ଗାଜା ଛାଡ଼ି ପଳାଇଯିବାକୁ ସାନି ଚେତାବନୀ ଜାରି କରିଛି ଆଇଡିଏଫ । ଏୟାର ଷ୍ଟ୍ରାଇକ ବଢ଼ିବା ପରେ ଉତ୍ତର ଗାଜା ଛାଡ଼ି ଜେରୁଜେଲମ ପଳାଉଛନ୍ତି ଲୋକେ । ଏହି ଯୁଦ୍ଧ ଆଗକୁ ଆହୁରି ଭୟଙ୍କର ହେବ ବୋଲି କୁହାଯାଉଛି ।