ଓଡ଼ିଶା 365 (ବ୍ୟୁରୋ) : ଲୁଣ ଶରୀରକୁ ଆୟୋଡ଼ିନ ପ୍ରଦାନ କରିଥାଏ । ଯଦି ଏହାକୁ ଅଧିକ ଖିଆଯିବ ତେବେ ଶରୀର ପାଇଁ ଏହା କ୍ଷତିକାରକ ସାବ୍ୟସ୍ତ ହୋଇପାରେ କାରଣ । ଲୁଣ ଯୋଗୁଁ ଉଚ୍ଚ ରକ୍ତଚାପ ଏବଂ ଷ୍ଟ୍ରୋକ୍ ସମସ୍ୟା ବଢିପାରେ । ବିଶେଷଜ୍ଞଙ୍କ କହିବା ଅନୁସାରେ ଏହା ଜଣେ ସାଧାରଣ ବ୍ୟକ୍ତି ଦୈନିକ ୫ ଗ୍ରାମ ଲୁଣ ଖାଇବା ଉଚିତ, ଏହାଠାରୁ ଅଧିକ ଲୁଣ ଖାଇବା ଶରୀର ପାଇଁ କ୍ଷତିକାରଣ ହୋଇଥାଏ । କିନ୍ତୁ ଅଧିକାଂଶ ଲୋକ ଏମିତି ରହିଛନ୍ତି ଯିଏକି ଦିନକୁ ୮ ଗ୍ରାମରୁ ଅଧିକ ଲୁଣ ଖାଉଛନ୍ତି । ଏଥି ସହିତ, ମୋଟାପଣରେ ପୀଡିତ ଲୋକମାନେ ପ୍ରତିଦିନ ୯ ଗ୍ରାମରୁ ଅଧିକ ଲୁଣ ଖାଉଥିବା ନେଇ ସଭେରୁ ଜଣାପଡ଼ିଛି, ଯାହା ଅତ୍ୟନ୍ତ ବିପଜ୍ଜନକ ।
ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି ତେବେ ଲୁଣର ପରିମାଣ ହ୍ରାସ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏବେ ପ୍ରଶ୍ନ ହେଉଛି ଯାହା ଖାଦ୍ୟରେ ସ୍ୱାଦ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଯାହା ଉଭୟ ସ୍ୱାଦ ଏବଂ ସ୍ୱାସ୍ଥ୍ୟ ପାଇଁ ଜରୁରୀ ସେହି ଲୁଣର ପରିମାଣକୁ କିପରି ହ୍ରାସ କରାଯିବ। ତେବେ ଏଥିପାଇଁ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ । କାରଣ ଆପଣଙ୍କୁ କେବଳ କିଛି ଜିନିଷ ଛାଡିବାକୁ ପଡିବ ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନୁହେଁ କିମ୍ବା ଆପଣଙ୍କ ସକାଳ ଏବଂ ସନ୍ଧ୍ୟା ଖାଦ୍ୟର ସ୍ୱାଦ ସହିତ କୌଣସି ବିଶେଷ ସମ୍ପର୍କ ରହୁଁନଥିବ ।