ଓଡ଼ିଶା 365 (ବ୍ୟୁରୋ): ନବରାତ୍ର ପୂଜା ସମୟରେ ଭକ୍ତଙ୍କ ମୁଖ ପୂର୍ବ ଦିଗରେ ରହିବା ଆବଶ୍ୟକ। କାରଣ ଏହି ଦିଗକୁ ଶକ୍ତି, ସମ୍ପନ୍ନତା ଏବଂ ସୂର୍ୟ୍ୟଙ୍କ ପ୍ରତୀକ ବୋଲି କୁହାଯାଏ। ମା’ଙ୍କ ନିକଟରେ ଅଖଣ୍ଡ ଜ୍ୟୋତି ପ୍ରଜ୍ୱଳିତ କରିବା ଦ୍ୱାରା ଗୃହରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ବାସ୍ତୁ ଶାସ୍ତ୍ରରେ ଚନ୍ଦନକୁ ବହୁତ ଶୁଭ ଏବଂ ସକରାତ୍ମକ ଶକ୍ତିର କେନ୍ଦ୍ର ବୋଲି ମାନ୍ୟତା ରହିଛି। ତେଣୁ ମା’ଙ୍କ ଆସ୍ଥାନ ଚନ୍ଦନର କାଠରେ ନିର୍ମିତ ହେବା ଅତ୍ୟନ୍ତ ଶୁଭ ହୋଇଥାଏ। ନଅ ଦିନ ଯାକ ମା’ଙ୍କୁ ଲାଲ ରଙ୍ଗର ବସ୍ତ୍ର ଏବଂ ପୂଜା ସାମଗ୍ରୀ ଅର୍ପଣ କରିବା ଉଚିତ । ନଅ ଦିନରେ ନଅଟି ରଙ୍ଗର ପୋଷାକ ପିନ୍ଧି ପୂଜା କଲେ ଏହାର ସ୍ୱତନ୍ତ୍ର ମହତ୍ତ୍ୱ ରହିବା ସହ ସ୍ୱତନ୍ତ୍ର ଫଳ ମଧ୍ୟ ମିଳିଥାଏ। ଏହି ନଅ ଦିନ ମଧ୍ୟରେ କଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ ନୁହେଁ ।
ପ୍ରଥମ ଦିନରେ ମା’ଶୈଳପୁତ୍ରୀଙ୍କର ପୂଜା ହୋଇଥାଏ। ଏହି ଦିନ ପୂଜାରେ ହଳଦିଆ ରଙ୍ଗର ପୋଷାକ ପିନ୍ଧି ପୂଜା କଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଦିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କର ପୂଜା ହୋଇଥାଏ। ଏହି ଦିନରେ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ଅଟେ। ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କର ପୂଜା ହୋଇଥାଏ। ଏହି ଦିନରେ ପାଉଁଶିଆ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ। ଚତୁର୍ଥ ଦିନରେ ମା’କୁଷ୍ମାଣ୍ଡାଙ୍କର ପୂଜା ହୋଇଥାଏ। ଏହି ଦିନରେ ନାରଙ୍ଗୀ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ। ପଞ୍ଚମ ଦିନରେ ସ୍କନ୍ଦମାତାଙ୍କର ପୂଜା ହୋଇଥାଏ। ଏହି ଦିନରେ ଧବଳ ରଙ୍ଗର ପୋଷାକ ପିନ୍ଧିବା ବହୁତ ଶୁଭ ଅଟେ।