ଓଡ଼ିଶା 365 (ବ୍ୟୁରୋ) : ବର୍ତ୍ତମାନ ସମୟରେ ଆଖି ଜନିତ ସମସ୍ୟା ଏକ ସାଧାରଣ କଥା ହୋଇଗଲାଣି । ପିଲାଠାରୁ ବୃଦ୍ଧ ଯାହାକୁବି ଦେଖିବେ ଆଖିଜନିତ ସମସ୍ୟାରେ ଜଡ଼ିତ ଥିବେ । ନିକଟରୁ ଦେଖିବାରେ ସକ୍ଷମ ନହେବା କିମ୍ବା ଦୂରରୁ ସ୍ପଷ୍ଟ ଭାବରେ ଦେଖିବାରେ ଅସୁବିଧା ଅନେକ ସମସ୍ୟା ସୃଷ୍ଟି କରେ । ତେବେ ଆପଣ ଜାଣନ୍ତିକି ଏହି ସମସ୍ୟା ଆପଣଙ୍କର କିଛି ଭୁଲ ଅଭ୍ୟାସ ହେତୁ ହୋଇପାରେ । ଏହି କାରଣରୁ କମ ବୟସରେ ଚଷମା ବ୍ୟବହାର କରିବାକୁ ପଡେ । ଯଦି ଆପଣ ମଧ୍ୟ କମ ବୟସରେ ଦୃଷ୍ଟି ଶକ୍ତି ସମସ୍ୟା ଭୋଗୁଛନ୍ତି, ତେବେ ଏହିସବୁ ଅଭ୍ୟାସକୁ ଆଜିଠାରୁ ପରିବର୍ତ୍ତନ କରିବା ନିହାତି ଆବଶ୍ୟକ । ତେବେ କମ୍ପ୍ୟୁଟରରେ ଦୀର୍ଘ ସମୟ କାମ କରିବା କିମ୍ବା ସ୍ମାର୍ଟଫୋନ୍ ମାଧ୍ୟମରେ ସ୍କ୍ରୋଲ୍ କରିବା ଯୋଗୁଁ ଆଖି ଶୁଷ୍କ ହୋଇଯାଏ ଯାହା ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ । ଏନେଇ ଆପଣଙ୍କୁ ସ୍କ୍ରିନ୍ ଟାଇମ୍ କମେଇବାକୁ ପଡିବ। ଏଥି ପାଇଁ ପ୍ରତି କୋଡ଼ିଏ ମିନିଟରେ ଏକ ବ୍ରେକ୍ ନିଅନ୍ତୁ ଏବଂ ଆଖିକୁ ପ୍ରାୟ ଦଶ ଥର ଧୀରେ ଧୀରେ ମିଟିମିଟି କରନ୍ତୁ ।
ଖାଲି ସେତିକି ନୁହେଁ ଆପଣ ଯଦି ପର୍ଯ୍ୟାପ୍ତ ପରିମାଣର ପାଣି ପିଉ ନାହାଁନ୍ତି, ତେବେ ଆପଣଙ୍କ ଆଖିର ଜଳୀୟ ଅଂଶ କମିଯିବାର ସମ୍ଭାବନା ଅଧିକ । ଏହି କାରଣରୁ ଆଖି ଫୁଲିଯାଏ, ଶୁଷ୍କ ହୋଇଯାଏ ଏବଂ ଲାଲ ପଡିଯାଏ। ତେଣୁ ପ୍ରତିଦିନ ପ୍ରଚୁର ପାଣି ପିଇବା କରୁରୀ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଖାଦ୍ୟ ବିଷୟରେ ମଧ୍ୟ ସଚେତନ ହେବା ଆବଶ୍ୟକ । ଖରାପ ଖାଦ୍ୟ ଆଖି ପାଇଁ କ୍ଷତିକାରକ। ଦୃଷ୍ଟି ଶକ୍ତି ପାଇଁ ସୁସ୍ଥ ଖାଦ୍ୟରେ ପତ୍ରଯୁକ୍ତ ପନିପରିବା, ଅଣ୍ଡା, ବାଦାମ ଏବଂ ସାମୁଦ୍ରିକ ଖାଦ୍ୟ ରହିବା ଉଚିତ ।ଧ୍ୟାନଦେବେ ପ୍ରତିଦିନ ଛଅରୁ ଆଠ ଘଣ୍ଟା ଶୋଇବା ଜରୁରୀ । ନିଦ କମ ହେଲେ ଆଖିରେ ଥକ୍କାପଣ ସହିତ ଷ୍ଟ୍ରେନ୍ ଦେଖାଯିବା ଆରମ୍ଭ ହୁଏ । ଅଧିକ ଶୋଇବା ଦ୍ୱାରା ଆଖିର ଜଳୀୟ ଅଂଶ ବଢିଥାଏ । ଧୂମପାନ ଦ୍ୱାରା ମାକୁଲାର ଡିଜେରେସନ୍, ଗ୍ଲୁକୋମା, ଶୁଷ୍କ ଆଖି ଏବଂ ମୋତିଆବିନ୍ଦୁ ଭଳି ସମସ୍ୟା ଦେଖାଦିଏ। ଏଥିପାଇଁ ଧୂମପାନ ଛାଡିବା ଜରୁରୀ ।