ଓଡ଼ିଶା 365 (ବ୍ୟୁରୋ) : ଯୋଗ ଆପଣଙ୍କ ଜୀବନକୁ ସୁସ୍ଥ ରଖିବା ସହ ଶରୀରକୁ ଫୁର୍ତି ପ୍ରଦାନ କରିଥାଏ । ଏହା ଆମ ଚର୍ମକୁ ଏକ ପ୍ରକାରର ଉଜ୍ୱଳତା ଦେଇଥାଏ ଏବଂ ଅନେକ ରୋଗରୁ ଉପଶମ କରିଥାଏ । ଯୋଗର ବିଭିନ୍ନ ଆସନ ଆମ ଶରୀରକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ । ଯଦି ଆପଣଙ୍କ ଅଣ୍ଟା ଯନ୍ତ୍ରଣା ହେଉଛି କିମ୍ବା ଆପଣ ବସିବା ଏବଂ ଠିଆ ହେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ୩ ଟି ଆସନ ବିଷୟରେ ଜାଣିନେବା ଯାହା ଅଣ୍ଟା ଯନ୍ତ୍ରଣାରୁ ସହଜରେ ମୁକ୍ତି ଦେବ।
ଭୁଜଙ୍ଗାସନ: ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଭୁଜଙ୍ଗାସନ ଏକ ପ୍ରଭାବଶାଳୀ ଆସନ। ଏହି ଆସନ କରିବା ପାଇଁ ପ୍ରଥମେ ପେଟମାଡି ଭୂମି ଉପରେ ଶୋଇବାକୁ ହୁଏ। ଏହା ପରେ ପାଦକୁ ଏକତ୍ର କରି ପାପୁଲିକୁ ଛାତି ନିକଟରେ କାନ୍ଧ ସିଧା ରଖିବାକୁ ହୁଏ। କପାଳକୁ ଭୂମିରେ ରଖି ଶରୀରକୁ ଆରାମଦାୟକ ଅବସ୍ଥାରେ ରଖିବା ସହ ଏକ ଦୀର୍ଘ ଶ୍ୱାସ ନେଇ ହାତରେ ଜୋର୍ ଦେଇ ଶରୀରର ଆଗ ଭାଗକୁ ଉପରକୁ ଉଠାନ୍ତୁ।
ଶଲଭାସନା: ପେଟ ପଟିଆ ଶୋଇ ଦୁଇ ହାତର ପାପୁଲିକୁ ଜଙ୍ଘ ତଳେ ରଖନ୍ତୁ। ତା’ପରେ ଦୁଇ ପାଦର ଗୋଇଠିକୁ ଯୋଡି ପାଦର ଆଙ୍ଗୁଠିକୁ ସିଧା ରଖନ୍ତୁ।ଏହା ପରେ ଧୀରେ ଧୀରେ ଦୁଇ ପାଦ ଉପରକୁ ଉଠାନ୍ତୁ। ଗୋଡକୁ ଉପରକୁ ନେବାବେଳେ ଗଭୀର ଶ୍ୱାସ ନିଅନ୍ତୁ।
ଉଷ୍ଟ୍ରାସନ: ଉଷ୍ଟ୍ରାସନ କରିବା ପାଇଁ, ପ୍ରଥମେ ଆଣ୍ଠୁ ଉପରେ ବସିବାକୁ ପଡିବ, ଏହା ପରେ କାନ୍ଧ ଚଉଡାରେ ଉଭୟ ଆଣ୍ଠୁକୁ ରଖନ୍ତୁ ଏବଂ ପାଦକୁ ସଂପୂର୍ଣ୍ଣ ପାରିଦିଅନ୍ତୁ ଏବଂ ଉପରମୁହାଁ କରି ରଖନ୍ତୁ। ମେରୁଦଣ୍ଡକୁ ପଛକୁ ବଙ୍କା କରି, ଦୁଇ ହାତକୁ ଗୋଇଠି ଉପରକୁ ନେଇ ରଖନ୍ତୁ।