ଓଡ଼ିଶା 365 (ବ୍ୟୁରୋ): ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମାଁ ମାଣିକେଶ୍ୱେରୀଙ୍କ ଛତରଯାତ୍ରା । ଅଷ୍ଟମୀ ମଧ୍ୟ ରାତ୍ରିରୁ ଗୁପ୍ତ ସନ୍ଧି ପୂଜା ପରେ ନବମୀ ପ୍ରାତଃରୁ ଭବାନୀପାଟଣା ସହରର ଜେନାଖାଲ ଠାରୁ ମାଁଙ୍କ ଛତର ରାଜପ୍ରସାଦ ସ୍ଥିତ ମାଣିକେଶ୍ବରୀ ମନ୍ଦିରକୁ ପ୍ରତ୍ୟାବର୍ତନ ଆରମ୍ଭ କରିବ । ପରମ୍ପରା ଅନୁଯାୟୀ ମାନସିକଧାରୀ ଭକ୍ତମାନେ ମାଁଙ୍କ ନିକଟରେ ମାନସିକ ବଳି ପ୍ରଦାନ କରିଥାନ୍ତି ।
ପଶୁ ଓ ପକ୍ଷୀଙ୍କୁ ବଳିଦେଇ ନିଜର ମାନସିକ ପୂରଣ କରନ୍ତି ଶ୍ରଦ୍ଧାଳୁ। ଏହାପରେ ପଶୁପକ୍ଷୀଙ୍କ ରକ୍ତରେ ରକ୍ତରଂଜିତ ହୋଇଯାଏ ଭବାନୀପାଟଣା ରାସ୍ତା । ଛତରଯାତ୍ରାରେ ବଜା ଏବଂ ଘଣ୍ଟରେ ଦୁଲୁକିବ ସାରା ସହର । ପ୍ରତିବର୍ଷ ଏହି ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ । ଏଣୁ ଆଇନ ଶୃଙ୍ଖଳା ଏବଂ ଟ୍ରାଫିକ ନିୟନ୍ତ୍ରଣ ଦୃଷ୍ଟିରେ ରଖି କଳାହାଣ୍ଡି ଏସ୍ପିଙ୍କ ନେତୃତ୍ୱରେ ୫ ଟି କଣ୍ଟ୍ରୋଲ ରୁମ ଏବଂ ୧୦ପ୍ଲାଟୁନ ପୋଲିସ ମୁତୟନ କରାଯାଇଛିଙ୍କ ମାଁ ପୀଠରେ ।