ଓଡ଼ିଶା 365 (ବ୍ୟୁରୋ): ପୁଣି ରମାଦେବୀ କଲେଜ ନାଁରେ ଆସିଲା ରାଗିଂ ଅଭିଯୋଗ। ହଷ୍ଟେଲରେ ରାଗିଂ କରାଯାଇଥିବା ଅଭିଯୋଗ କରିଛନ୍ତି ଛାତ୍ରୀ । ଅଭିଯୋଗ ପରେ ତଦନ୍ତ ନର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ମଧ୍ୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ବିଭାଗ । କଳା ବିଭାଗର ପ୍ରଥମ ବର୍ଷ ଜଣେ ଛାତ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ରାଗିଂ ନେଇ ଅଭିଯୋଗ କରିଥିଲେ ବି କର୍ତ୍ତୃପକ୍ଷ ଏହାକୁ ଗୁରୁତର ସହ ଦେଇନଥିଲେ । ଫଳରେ ଗଣଶିକ୍ଷା ସଚିବଙ୍କୁ ଚିଠି ଲେଖି ଏ ବାବଦରେ ଜଣାଇଥିଲେ ଛାତ୍ରୀ ।
ସେପଟେ ଏହା ରାଗିଂ ନୁହଁ ବୋଲି କହି ଅଭିଯୋଗକୁ ଖଣ୍ଡନ କରିଛନ୍ତି କଲେଜ କର୍ତ୍ତୃପକ୍ଷ। ସେ କହିଛନ୍ତି ଚୁଟି କୁଣ୍ଡାଇବାକୁ ନେଇ ରୁମମେଟଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ରାଗିଂ ନେଇ ଛାତ୍ରୀ ଅଭିଯୋଗ କରିଥିଲେ କିନ୍ତୁ ଏହା ରାଗିଂ ନୁହେଁ।