ଓଡ଼ିଶା 365 (ବ୍ୟୁରୋ) : ପ୍ରତିଦିନ ଆମେ ବିଭିନ୍ନ ପରିବା ଖାଇଥାଉ, କିନ୍ତୁ ସେଥିମଧ୍ୟରୁ ଆଳୁ ଏକ ଭିନ୍ନ ପରିବା । ଯାହା ଆପଣ ମାନେ ପ୍ରତିଦିନ ଖାଇଥାନ୍ତି । ସତେଯେମିତି ବିନା ଆଳୁରେ ଖାଦ୍ୟ ଅଧୁରା ଅଧୁରା ଲାଗେ । ଆଳୁ ରୋଷେଇ ଘରର ମୁଖ୍ୟ ଖାଦ୍ୟ ପଦାର୍ଥ । ପନିପରିବା ମଧ୍ୟରେ ଆଳୁ ଅଧିକ ବ୍ୟବହୃତ ହୁଏ । କିଛି ଲୋକ ଆଳୁ ବିନା କିଛି ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ । ତେବେ ଏହି ଅଭ୍ୟାସ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ ବୋଲି କୁହାଯାଇଛି ।
ଆଳୁ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଅଧିକ ଆଳୁ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଯଦି ଓଜନ ନିୟନ୍ତ୍ରଣ କରିବାକୁ ଚାହାନ୍ତି ତେବେ ଆଳୁ ଠାରୁ ଦୂରେଇ ରହିବା ଆବଶ୍ୟକ । ବିଶେଷକରି ମଧୁମେହ ରୋଗୀମାନେ ଆଳୁ ଖାଇବା ଠାରୁ ଦୂରରେ ରହିବା ଉଚିତ୍ । ତେବେ ଯେଉଁମାନେ ଅଧିକ ଆଳୁ ଭଜା ଖାଆନ୍ତି ସେମାନଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ବିପଦ ରହିଥାଏ ବୋଲି କୁହାଯାଇଛି ।
ଅଧିକ ଆଳୁ ଖାଇବା ଦ୍ବାରା ଗ୍ୟାସ ସମସ୍ୟା ହୋଇଥାଏ । ଗ୍ୟାସ ସମସ୍ୟା ପାଇଁ ଆଳୁ ପ୍ରମୁଖ କାରଣ ବୋଲି ବିବେଚନା କରାଯାଏ । ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଳୁ ସମସ୍ୟା ଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି କୁହାଯାଇଛି। ପ୍ରତିଦିନ ଆଳୁ ଖାଇବା ଦ୍ବାରା ପେଟ ବଡ ହେବା ସହିତ ଗ୍ୟାସ ସମସ୍ୟା ଦେଖାଯାଇଥାଏ । ଆଳୁ ରକ୍ତରେ ଶର୍କରା ସ୍ତରକୁ ମଧ୍ୟ ବୃଦ୍ଧି କରିଥାଏ । ଆଳୁରେ ଗ୍ଲାଇକୋମେକ୍ସ ଇଣ୍ଡେକ୍ସ ରହିଥାଏ । ଯାହା ଦ୍ବାରା ଶରୀରରେ ଗ୍ଲୁକୋଜ ସ୍ତର ବୃଦ୍ଧି ହେବାର ସମ୍ଭାବନା ରହିଥାଏ । ଶରୀରରେ ଗ୍ଲୁକୋଜ ସ୍ତର ବୃଦ୍ଧି ହେଉଥିଲେ ଆଳୁ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଥାଏ ।