ଓଡ଼ିଶା 365 (ବ୍ୟୁରୋ): ନିଜ ପାର୍ଟନର ଠାରୁ ଅଲଗା ହେଲେ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି । ଏନେଇ ସେ ନିଜେ ଘୋଷଣା କରିଛନ୍ତି । କାରଣ ମେଲୋନିଙ୍କ ପାର୍ଟନର ତାଙ୍କ ମହିଳା ସହକର୍ମୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ, ଯାହା ପରେ ମେଲୋନି ନିଜ ସାଥୀଙ୍କଠାରୁ ଅଲଗା ହୋଇଥିବା ଘୋଷଣା କରିଛନ୍ତି। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ଇଟାଲି ପ୍ରଧାନମନ୍ତ୍ରୀଙ୍କ ପାର୍ଟନର ଏଣ୍ଡ୍ରେୟା ଜିଆମ୍ବ୍ରୁନୋ ଜଣେ ଟିଭି ସାମ୍ବାଦିକ, ଯାହାଙ୍କର ଦୁଇଟି ଅଫ୍ ଏୟାର ରେକର୍ଡିଂ ଦୁଇ ତଳେ ସାମ୍ନାକୁ ଆସିଥିଲା। ଏହାପରଠାରୁ ସେ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ସାଥୀଙ୍କଠାରୁ ଅଲଗା ହେବା ଖବର ଦେଇ ପ୍ରଧାନମନ୍ତ୍ରୀ ମେଲୋନି ଲେଖିଛନ୍ତି, ‘ଏଣ୍ଡ୍ରେୟା ଜିଆମ୍ବ୍ରୁନୋଙ୍କ ସହିତ ମୋର ସମ୍ପର୍କ, ଯାହା ପାଖାପାଖି ୧୦ ବର୍ଷ ଧରି ଚାଲିଥିଲା, ତାହା ବର୍ତ୍ତମାନ ଶେଷ ହୋଇଛି’। ଏଣ୍ଡ୍ରେୟା ଜଣେ ମହିଳା ସହକର୍ମୀଙ୍କୁ ନେଇ ଅଶ୍ଳୀଳ ଏବଂ ଅଭଦ୍ର ଟିପ୍ପଣୀ କରୁଥିବାର ନଜର ଆସିଥିଲେ।