ଓଡ଼ିଶା 365 (ବ୍ୟୁରୋ): ରାଜ୍ୟ ସରକାର ସବୁ ଘରକୁ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ଯୋଜନା କରିଥିବା ବେଳେ ରାଜ୍ୟରେ ବି ଲୋକେ କାନାଲ ପାଣି ପିଇ ଜୀବନ ବିତାଉଛନ୍ତି। ଏଥିପାଇଁ ଅନେକ ସମୟରେ ବହୁମୂଲ୍ୟ ଜୀବନ ଯାଉଥିବା ବେଳେ ହୀରାକୁଦ ମହମ୍ମଦପୁରରେ ଏଥି୍ପାଇଁ ଲୋକଙ୍କୁ ଝାଡାବାନ୍ତିର ଶୀକାର ହେବାକୁ ପଡ଼ିଛି । ଫଳରେ ଏହି ଝାଡ଼ାବାନ୍ତି ଜଣଙ୍କର ଜୀବନ ନେଇଥିବା ବେଳେ ୩୯ ଆକ୍ରାନ୍ତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ରବି ତିର୍କୀ । ତେବେ ତାଙ୍କର ମୃତ୍ୟୁ ଝାଡାବାନ୍ତି ଓ ନିମୋନିଆରୁ ହୋଇଥିବା ନେଇ ଡାକ୍ତରୀ ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ୩୮ ଜଣଙ୍କ ମଧ୍ୟରୁ ୪ ଜଣ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି ।
ସେପଟେ ଏହି ଘଟଣା ଘଟିବା ପରେ ୨ଟି ମେଡିକାଲ ଟିମ୍ ସେଠାରେ ଡେରା ପକାଇଥିବାବେଳେ ଚିକିତ୍ସା ଚାଲିିଛି । ବାକିତକ ହୀରାକୁଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିଥିବାବେଳେ କେନାଲ ପାଣି ପିଇ ଏପରି ହୋଇଥିବା ଜଣାପଡିଛି । ତେବେ ପାଣି ନମୂନା ସଂଗ୍ରହ ସରିଥିବା ଜଣପଡିଛି ।