ଓଡ଼ିଶା 365 (ବ୍ୟୁରୋ): ଚନ୍ଦ୍ର, ସୂର୍ଯ୍ୟ ପରେ ସଫଳ ହେଲା ଇସ୍ରୋର ଗଗନଯାନ ମିଶନ । ଆଜି ଗଗନଯାନ ମିଶନ କ୍ରୁ ମଡ୍ୟୁଲର ହୋଇଛି ପରୀକ୍ଷଣ । ଟିଭି-ଡି୧ର ସଫଳ ପରୀକ୍ଷଣ କଲା ଇସ୍ରୋ । ଶ୍ରୀହରିକୋଟାର ସ୍ପେଶ ସେଣ୍ଟରରୁ ଏହାର ସଫଳ ପରୀକ୍ଷଣ କରାଯାଇଛି । ତେବେ ଏହା ପୂର୍ବରୁ ଏହି ମିଶନରେ ଏକ ତ୍ରୁଟି ଦେଖିବାକୁ ମିଳିଥିଲା, ଯେଉଁଥିପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା ।
ପୂର୍ବରୁ ଆଜି ସକାଳ ୮ଟା ୪୫ରେ ଏହାର ପରୀକ୍ଷଣ କରିବାକୁ ସମୟ ଧାର୍ୟ୍ୟ ହୋଇଥିଲା । ସବୁ ପ୍ରକାର ପ୍ରସ୍ତୁତି ମଧ୍ୟ ଶେଷ ହୋଇ ସାରିଥିଲା । ଏପରିକି କାଉଣ୍ଟଡାଉନ ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ପରୀକ୍ଷଣର ୫ ସେକେଣ୍ଡ ପୂର୍ବରୁ ଗଗନଯାନ ମିଶନ ପରୀକ୍ଷଣକୁ ସ୍ଥଗିତ କରାଯାଇଥିଲା । ଗଗନଯାନ ମିଶନର ଅଂଶ ଭାବେ ‘କ୍ରୁ ମଡ୍ୟୁଲ’ର ପରୀକ୍ଷଣ ପୂର୍ବରୁ ତ୍ରୁଟି ଦେଖାଦେଇଥିଲା । କ୍ରୁ ମଡ୍ୟୁଲ ଯେଉଁଥିରେ ତିନି ଜଣ ମଣିଷ ମହାକାଶକୁ ଯିବା ପାଇଁ ନିର୍ମାଣ କରାଯାଇଛି ତାହାର ପରୀକ୍ଷା ହେବାର ଥିଲା । ୧୭ କିଲୋମିଟର ଉଚ୍ଚରୁ ପ୍ୟାରାଚ୍ୟୁଟ ସାହାଯ୍ୟରେ ଏହି କ୍ରିଉ ମଡ୍ୟୁଲ ତଳକୁ ଖସିବାର ଥିଲା । କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ କରାଯାଇଥିଲା । ଏହି ତ୍ରୁଟିର କାରଣ ବର୍ତ୍ତମାନ ଖୋଜା ଚାଲିଛି ।