ଓଡ଼ିଆ 365 (ବ୍ୟୁରୋ) : ଆପଣ ଅଧିକ ପରିମାଣରେ କାକୁଡ଼ି ଖାଉଛନ୍ତି କି, ଯଦି ହଁ ତେବେ ହୋଇଯାଆନ୍ତୁ ସାବଧାନ । ଆପଣବି ଭୋଗିପାରନ୍ତି ଏହିସବୁ ସମସ୍ୟା । ଆପଣ ଜାଣିଥିବେ କୌଣସି ଜିନିଷ ଅତ୍ୟଧିକ ବ୍ୟବହାର କରିବା ଶରୀର ପାଇଁ କ୍ଷତିକାରକ । ଯଦିଓ କାକୁଡି ଶରୀର ପାଇଁ ଲାଭଦାୟକ କିନ୍ତୁ ଅଧିକ ପରିମାଣରେ କାକୁଡି ଖାଇଲେ ଆପଣଙ୍କୁ ପେଟ ଫୁଲିବା ଭଳି ସମସ୍ୟା ଦେଖାଦେଇ ପାରେ । ଏହାର କାରଣ ହେଉଛି କାକୁଡିରେ ୯୫ ପ୍ରତିଶତ ଜଳ ରହିଥାଏ ।
ଶରୀରରୁ ଅଧିକ ତରଳ ପଦାର୍ଥ ବାହାରିବା ଆରମ୍ଭ କରେ । ଏହି କାରଣରୁ, ଶରୀରରେ ଥିବା ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ଖରାପ ହେବାକୁ ଲାଗେ । ଅନ୍ୟ ପଟେ, ଯଦି ଆପଣ କାକୁଡିକୁ ସଠିକ୍ ପରିମାଣରେ ଖାଆନ୍ତି, ତେବେ ଏହା ଆପଣଙ୍କୁ ହାଇଡ୍ରେଟ୍ ରଖିବା ପାଇଁ କାମ କରେ । କିନ୍ତୁ ଏହାକୁ ଅଧିକ ପରିମାଣରେ ଖାଇବା ଦ୍ୱାରା ଆପଣଙ୍କୁ ଡିହାଇଡ୍ରେଟ୍ ମଧ୍ୟ କରିପାରେ। ତେଣୁ ଏହାର ଅଧିକ ଖାଇବା ଠାରୁ ଦୂରେଇ ରୁହନ୍ତୁ।