ଓଡ଼ିଆ 365 (ବ୍ୟୁରୋ) : ପୁଅ ସାଜିଲା ସଇତାନ, ସାମାନ୍ୟ କିଛିଟା ଟଙ୍କା ପାଇଁ ଶାବଳରେ ପିଟି ପିଟି ମାଆକୁ ହତ୍ୟା କରିଛି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ନକ୍ସରା ଗ୍ରାମରେ । ସୂଚନା ଅନୁଯାୟୀ, ଆଜି ମୃତ ମାଆ ଫୁଲମଣୀ ଗିରିଙ୍କୁ ତାଙ୍କ ହତ୍ୟାକାରୀ ପୁଅ ମିଥୁନ ଗିରି କିଛି ଟଙ୍କା ମାଗିଥିଲେ । ତେବେ ମାଆ ଟଙ୍କା ଦେଇନଥିବାବେଳେ ମିଥୁନ ସହିତ ତାଙ୍କର ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମିଥୁନ ଘରେ ଥିବା ଏକ ଶାବଳ ସାହାଯ୍ୟରେ ନିଜ ମାଆକୁ ପିଟି ପିଟି ହତ୍ୟା କରିଥିଲା ।
ସୂଚନା ପାଇଁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଶାବଳ ଜବତ କରିଛି ପୋଲିସ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡ଼ାକ୍ତରଖାନାକୁ ପଠାଇ ଦିଆଯାଇଥିବାବେଳେ ଅଭିଯୁକ୍ତ ମିଥୁନକୁ ଗିରଫ କରିଛି ପୁଲିସ ।