ଓଡ଼ିଶା 365 (ବ୍ୟୁରୋ) : ମଣିଷ ସୁସ୍ଥ ଶରୀର ପାଇଁ ସାଗ ଖାଇବା ନିହାତି ଜରୁରୀ । ତେବେତ ସାଗ ଭିତରେ ପୋଇ ବଡ଼ ସ୍ୱାଦିଷ୍ଟ । ଏହାକୁ ଲୋକମାନେ ତରକାରୀ, ଭଜା, ଆଚାର ଓ ସୁପ୍ କରି ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି ପାଟିକୁ ସୁଆଦିଆ ଲାଗୁଥିବା ଏହି ପୋଇରେ ରହିଛି ଅନେକ ଔଷଧୀୟ ଗୁଣ । ଏଥିରେ ଭିଟାମିନ୍, କ୍ୟାଲୋରୀ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଫ୍ୟାଟ୍, ଫାଇବର ଏବଂ ଆଇରନ ଥାଏ । ଏହା ସହ ପୋଇ ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ । ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ । ଏଥିରୁ ଶରୀରକୁ ଆହୁରି ଅନେକ ଉପକାର ମିଳିଥାଏ ।
ପ୍ରତିଦିନ ୧୦୦ ଗ୍ରାମ ପୋଇ ସାଗ ଖାଇବା ଦ୍ୱାରା ୧୦୦ ପ୍ରତିଶତ ଭିଟାମିନ୍ ସି ଏବଂ ଭିଟାମିନ୍ ଏ ଶରୀରକୁ ମିଳିଥାଏ । ଏହି ଦୁଇ ପୋଷକ ତତ୍ତ୍ୱ ଷ୍ଟ୍ରଙ୍ଗ ଇମ୍ୟୁନିଟୀ ପାଇଁ ଜରୁରୀ ହୋଇଥାଏ । କିଛି ଲୋକ ପୋଇକୁ କେବଳ ଶରୀରରେ ହିମୋଗ୍ଲୋବିନ୍ ବଢ଼ାଇବା ପାଇଁ ବ୍ୟବହାର କରାଯାଏ ବୋଲି ଭାବିଥାନ୍ତି । କିନ୍ତୁ ଏଥିରେ ଅନେକ ପ୍ରକାରର ଉପକାରୀ ଗୁଣ ରହିଛି । ଏହା ହିମୋଗ୍ଲୋବିନ୍ ବଢ଼ାଇବା ସହ ହୃଦୟକୁ ମଧ୍ୟ ସୁସ୍ଥ ରଖିଥାଏ । ପୋଇ ଆନେମିଆ ରୋଗୀଙ୍କ ପାଇଁ ଔଷଧଠାରୁ ଅଧିକ ଲାଭଦାୟକ ହୋଇଥାଏ ।
ପୋଇ ଶରୀର ସହ କେଶ ପାଇଁ ଲାଭଦାୟକ ହୋଇଥାଏ । ପୋଇ ତ୍ୱଚାର ଅନେକ ସମସ୍ୟା ଦୂର କରିଥାଏ । ଚର୍ମ ଲୋଚାକୋଚା ହୋଇ ଯାଇଥିଲେ, ପୋଇ ଏବଂ ଲେମ୍ବୁ ରସରେ କିଛି ବୁନ୍ଦା ଗ୍ଲିସେରିନ୍ ମିଶାଇ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ । ଧିରେ ଧିରେ ତ୍ୱଚାଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ ।ପୋଇରେ ଫଲିକ୍ ଏସିଡ୍ ଏବଂ କ୍ୟାଲସିୟମ ଅଧିକ ମାତ୍ରାରେ ରହିଥାଏ ।