ଓଡ଼ିଶା 365 (ବ୍ୟୁରୋ): ବିଦ୍ୟୁତ ସଂସ୍ପର୍ଶରେ ଆସି ମାଆ ଓ ପୁଅଙ୍କ ମୃତ୍ୟୁ, ଅଜା ଗୁରୁତର। ଏପରି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନ ଅନ୍ତର୍ଗତ ଲୋଙ୍ଘର ଗାଁରେ। ଉକ୍ତଗ୍ରାମର ଲକ୍ଷ୍ମୀ ପାହାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରୁଥିଲେ। ନିର୍ମାଣାଧିନ କୋଠାରେ କାମ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ମାଆ ଓ ପୁଅ। ତେବେ ମାଆ ଓ ପୁଅଙ୍କୁ ବଞ୍ଚାଇବାକୁ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ଅଜା। ହେଲେ ଆଖିଆଗରେ ବିଦ୍ୟୁତ ସଂସ୍ପର୍ଶରେ ଚାଲିଗଲେ ମା ଓ ପୁଅ। ଅଜା ଏବେ ଗୁରୁତର ରହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛି।
ସୂଚନାଯୋଗ୍ୟ, ଆଜି ମଧ୍ୟାହ୍ନ ସମୟରେ ଲକ୍ଷ୍ମୀଙ୍କ ଶ୍ୱଶୁର ଭାଗୀ ପାହାନ ଛାତରେ ପାଣି ଦେଉଥିଲେ। ଠିକ୍ ସେହି ସମୟରେ ଲକ୍ଷ୍ମୀଙ୍କ ପତ୍ନୀ ନିବାସୀ ପାହାନ ଓ ପୁଅ ଜିତୁ ପାହାନ ଏକ ଲୁହା ରଡ୍ ଉପରେ ଠିଆ ହୋଇ ଘର କାମ କରୁଥିଲେ। କୌଣସି କାରଣରୁ ଘରର ସର୍ଭିସ୍ ତାର(ବିଦ୍ୟୁତ ତାର) ଲୁହା ରଡ୍ ସଂସ୍ପର୍ଶରେ ଆସି ଯାଇଥିଲା। ଯେଉଁଥିପାଇଁ ମାଆ ଓ ପୁଅ ବିଦ୍ୟୁତ ସଂସ୍ପର୍ଶ ଆସିଥିଲେ। ଚିତ୍କାର ଶୁଣି ସେମାନଙ୍କୁ ବଞ୍ଚାଇବା ପାଇଁ ଆସିଥିଲେ ଅଜା ଭାଗୀ। ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ସାହିଭାଇ ସମସ୍ତଙ୍କୁ ଉଦ୍ଧାର କରି ଖଲ୍ଲିକୋଟ୍ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ମାଆ ଓ ପୁଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଅଜା ଭାଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।